Masthead

ଗୋଟିଏ ନୁହେଁ ଏଥର ମଇଦାନରେ ଦୁଇ ଟିମ୍, ବିସିସିଆଇର ନିଷ୍ପତ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋଟିଏ ନୁହେଁ ଏଥର ମଇଦାନରେ ଦୁଇ ଟିମ୍ । ତାହା ପୁଣି ଗୋଟିଏ ଦେଶର । ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଭାରତୀୟ ଦଳକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ନାମ ରହିବ ଇଣ୍ଡିଆ । କିନ୍ତୁ ଏ ଓ ବି ଦଳ ଭାବରେ ନାମିତ କରାଯିବ । ଗୋଟିଏ ଟିମ୍ ଜୁନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିବା ସହ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ଏଥିପାଇଁ ଜୁନ ୨ରେ ଭାରତୀୟ ଦଳ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । ଏଥିପାଇଁ ୨୦ ଜଣିଆ ଦଳ ଘୋଷଣା କରି ସାରିଛି ବିସିସିଆଇ ।

ଅଧିନାୟକ ବିରାଟ କୋହଲି ଦଳ ଏ’ ଦଳରୁ ନେତୃତ୍ୱ ନେଉଥିବା ବେଳେ ଅଜେଙ୍କ୍ୟ ରାହାଣେ ଉପଅଧିନାୟକ । ରୋହିତ ଶର୍ମା, ଗିଲ, ମୟଙ୍କ ଅଗ୍ରୱାଲ, ଚିତେଶ୍ୱର ପୁଜାରା, ହନୁମା ବିହାରୀ, ରିସଭ ପନ୍ଥ, ଆର୍ ଅଶ୍ୱିନି, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାସିଙ୍ଗଟନ ସୁନ୍ଦର, ବୁମରା, ଇଶାନ୍ତ, ଶାମି, ସିରାଜ, ସାର୍ଦୁଲ, ଉମେଶ, କେଏଲ ରାହୁଲ ଏବଂ ସାହା ଖେଳିବା ପାଇଁ ଚୟନ ହୋଇ ସାରିଛନ୍ତି ।

ହେଲେ ଦ୍ୱିତୀୟ ଦଳର ମଙ୍ଗ ଧରିବେ କିଏ । କିଏ ହେବ ଅଧିନାୟକ । ଯିଏ ଶ୍ରୀଲଙ୍କା ଗସ୍ତ କରି ଖେଳିବ ୩ଟି ଦିନିକିଆ ସହ ୩ଟି ଟି-ଟ୍ୱେଣ୍ଟି । ଶ୍ରୀଲଙ୍କା ଗସ୍ତ ପାଇଁ ଏପର୍ଯ୍ୟନ୍ତ ଖେଳାଳୀ ଚୟନ ହୋଇନାହାନ୍ତି କି ଅଧିନାୟକ ମଧ୍ୟ ଚୟନ ହୋଇନାହାନ୍ତି । ଏହି ପରିପ୍ରେକ୍ଷୀରେ ବାମହାତୀ ଓପନର ଶିଖର ଧୱନଙ୍କୁ ଦଳର ନେତୃତ୍ୱ ଭାର ଅର୍ପଣ କରାଯାଇପାରେ ବୋଲି ଏବେଠୁ ଚର୍ଚ୍ଚା ହେଲାଣି । ତାଙ୍କ ନେତୃତ୍ୱରେ ଭୁବନେଶ୍ୱର କୁମାର, ପୃଥ୍ୱୀ ସ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ ଦଳରେ ପ୍ରମୁଖ ସଦସ୍ୟ ଭାବେ ସାମିଲ ହୋଇପାରନ୍ତି । ଏମାନଙ୍କ ବ୍ୟତୀତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବ, ଦୀପକ ଚହର ଭଳି କିଛି ନୂଆ ଖେଳାଳୀ ସ୍ଥାନ ପାଇପାରନ୍ତି । ଅନ୍ୟପକ୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳର ଭାର ସମ୍ଭାଳିପାରନ୍ତି । କ୍ରିକେଟ ପ୍ରେମୀଙ୍କ ମହଲରେ ଏନେଇ ଚର୍ଚ୍ଚା ହେଲାଣି । ସେପଟେ ଯଦି ଶ୍ରେୟସ ଆୟର ଫିଟ୍ ନହୁଅନ୍ତି ତାହେଲେ ଧାୱନ ଓ ପାଣ୍ଡ୍ୟାଙ୍କ ମଧ୍ୟରେ ନେତୃତ୍ୱ ପାଇଁ ଲଢ଼େଇ ହୋଇପାରେ । ଯଦି ଆୟର ଫିଟ ହୋଇ ଉପଲବ୍ଧ ହୁଅନ୍ତି ତେବେ ସେ ସିଧା ସଳଖ ଅଧିନାୟକ ହେବେ ବୋଲି କୁହାଯାଉଛି । ପ୍ରଥମ ଟିମ୍ ତ ଫାଇନାଲ ହେଲେ ଭାରତୀ ଦ୍ୱିତୀୟ ଟିମର ମେରୁଦଣ୍ଡ କିଏ କିଏ ହେବ ବା ଅଧିନାୟକ ପଦ କିଏ ସମ୍ଭାଳିକ ତାହା କିଛି ଦିନ ଭିତରେ ସ୍ପଷ୍ଟ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର