ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ଜୀବିତ ହେବେ ମୃତ ବ୍ୟକ୍ତି । କଥାଟା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦେଢ କୋଟି ଟଙ୍କାରେ ପୁଣି ମିଳିପାରବି ଅମୂଲ୍ୟ ଜୀବନ । ତେବେ କେମତି କରିବା ମୃତ ବ୍ୟକ୍ତକୁ ଜୀବିତ । ଆଜ୍ଞା ହଁ କ୍ରାଏନିକ୍ସ ମାଧ୍ୟମରେ ଜୀବିତ ହୋଇ ଉଠିବେ ମୃତ ବ୍ୟକ୍ତି । କ୍ରାଏନିକ୍ସ ହେଉଛି ଏକ ମାଧ୍ୟମ ଯେଉଁଠାରେ ମୃତ ବ୍ୟକ୍ତିକୁ କରାଯାଉଛି ଜୀବିତ । କ୍ରାଏନିକ୍ସ ହେଉଛି ଏକ ଏମିତି ମାଧ୍ୟମ ଯେଉଁଥିରେ ମୃତ ଶରୀରକୁ ଫ୍ରିଜ କରାଯାଏ । ସୂଚନା ଅନୁସାରେ ୨୦୧୮ରେ କୋଲକତାରେ ମୃତ ଶରୀରକୁ ଫ୍ରିଜ କରାଯାଇଥିଲା । କୋଲକତାର ସୁବ୍ରତ ତାଙ୍କ ମାଙ୍କ ମୃତ୍ୟୁ ପରେ ମୃତ ଶରୀରକୁ ଫ୍ରିଜରରେ ରଖିଥିଲେ । ସେ ତାଙ୍କ ମାକୁ ବହୁତ ଭଲ ପାଉଥିବାରୁ ମାଙ୍କ ଶବକୁ ଫ୍ରିଜରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ଲାଗିଲା କେବେ କେଉଁ ଟେକନିକ ଆସିଯିବ ଯାହା ତାଙ୍କ ମାକୁ ଜୀବିତ କରିପାରିବ ।

ପରେ କ୍ରାୟୋନିକ୍ସ ନାମକ ଏକ କମ୍ପାନୀରେ ସୁବତ୍ର ତାଙ୍କ ମାଙ୍କ ମୃତ ଶରୀରକୁ ନେଇ ରଖିଥିଲେ । କ୍ରାୟୋନିକ୍ସ ହେଉଛି ଏମିତି ଏକ କମ୍ପାନୀ ଯେଉଁଠାରେ ବଡି ଫ୍ରିଜିଙ୍ଗ କାମ କରିଯାଏ । ସୁବ୍ରତଙ୍କ ବିଶ୍ୱାସ ଥିଲା ୧୦୦ ବର୍ଷ ପରେ ଏମିତି କିଛି ଟେକନିକ ଆସିବ, କିି କିଛି ମେଡିସିନ ଏମିତି ବାହାରିବ ଯାହାଦ୍ୱାରା ସେ ତାଙ୍କ ମାଙ୍କ ଜୀବନକୁ ଫେରିପାଇବେ । ସେପଟେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଦୁନିଆର ୬୦୦ ଲୋକ ବଡିକୁ ଫ୍ରିଜରେ ରଖାଯାଇଛି । କେବଳ ୩୦୦ ମୃତ ଶରୀର ଆମେରିକା ଓ ରୁଷର ରହିଛି । ଭବିଷ୍ୟତରେ କାଳେ ସେମାନେ ଜୀବିତ ହୋଇପାରିବେ ସେଥିପାଇଁ ତାଙ୍କ ବଡିକୁ ଫ୍ରିଜରରେ ରଖାଯାଇଛି । ୫୦ ବର୍ଷ ପୂର୍ବରୁ ଏକ ପ୍ରଫେସରଙ୍କ ବଡି ଫ୍ରିଜରରେ ରଖାଯାଇଛି । ୧୯୬୫ ମସିହାରେ ମୃତ୍ୟୁ ପରେ ବଡି ଫ୍ରିଜିଙ୍ଗକୁ ନେଇ ଦୃଢତା ଦେଖାଗଲା । ଲାଇଫ ଏଷ୍ଟେନସନ ସୋସାଇଟି ନାମକ ଏକ କମ୍ପାନୀ ଏହାର ଦୃଢତା ପ୍ରକାଶ କରିଛନ୍ତି ।

ଏହି ସଂସ୍ଥା ମୃତ୍ୟୁ ପରେ କେମିତି ଜୀବନ ପୁଣି ଫେରି ପାଇବ ତାହା ଉପରେ ରିସର୍ଚ କରୁଥିଲା । ଯାହାକୁ ନେଇ ଜେମ୍ସ ବେକ ଫୋର୍ଟ ଏହି ସଂସ୍ଥାକୁ ସପୋର୍ଟ କରିଥିଲେ । ଜେମ୍ସ ବେକ ଫୋର୍ଟ ହେଉଛନ୍ତି ଆମେରିକାର ଜଣେ ପ୍ରଫେସର । ସେ କିଡନୀ କ୍ୟାନ୍ସରରେ ପିଡୀତ ଥିଲେ । ତାଙ୍କର ଚିକିତ୍ସା ହୋଇପାରୁନଥିଲା । ଜେମ୍ସ ନିଜର ସବୁ ସମ୍ପତି ଏହି ସଂସ୍ଥାକୁ ଦାନ କରିଦେଇ ଥିଲେ । ସେ ମରିବା ପରେ ତାଙ୍କ ଶରୀରକୁ ଫ୍ରିଜରେ ରଖିବାକୁୁ କହିଥିଲେ । ୧୯୬୭ରେ ତାଙ୍କ ମୃତ୍ୟୁ ପରେ ଜେମ୍ସଙ୍କ ଶରୀରକୁ ସୁରକ୍ଷିତ ଭାବେ ଫ୍ରିଜରେ ରଖାଗଲା । ଆଉ ଆଜି ପର୍ଯ୍ୟନ୍ତ ମଧ୍ୟ ସୁରକ୍ଷିତ ଭାବେ ତାଙ୍କ ବଡିକୁ ରଖାଯାଇଛି ।

ଏହି ଆଶାରେ ମୃତ୍ୟୁ ପରେ ବଂଚିବା ପାଇଁ ବିଜ୍ଞାନ ଆଗକୁ ବଢିବ , ଯଦି ବଂଚିବା ସମ୍ଭବ ହେବ ତେବେ ଜେମ୍ସ ବଂଚିବେ । ତେବେ କ୍ରାୟୋନିକ୍ସ କ’ଣ ? ଲ୍ୟାବର ଷ୍ଟିଲ ଚ୍ୟାମ୍ବରକୁ କ୍ରାୟୋନିକ୍ସ କୁହାଯାଏ । ଏହି ଲ୍ୟାବରେ ରଖାଯାଇ ମୃତ ଶରୀରର ଚିକିତ୍ସା ହେବ । ବିଜ୍ଞାନ ସହିତ ଏହାର ସିଧା ସଂପର୍କ ଅଛି । କ୍ରାୟୋନିକ୍ସ ଟୁ୍ୟବ ଭିତରେ ଶରୀରକୁ ଓଲଟା ଟଙ୍ଗେଇ ଦେଇ ରଖନ୍ତି । ମୁଣ୍ଡ ତଳକୁ ଓ ପାଦ ଉପରକୁ କରି ରଖିଦିଆଯାଏ । କ୍ରାୟୋନିକର ମୁତାବିକ ଲୋକେ ମରନ୍ତି ନାହିଁ ବେହୋସ ହୁଅନ୍ତି । ଯେଉଁ ଲୋକ ମାନେ କ୍ରାୟୋନିକ୍ସ ଉପରେ ବିଶ୍ୱାସ କରନ୍ତି ସେମାନେ ମଧ୍ୟ ମାନନ୍ତି ମଣିଷ ମରନ୍ତି ନାହିଁ ବେହୋସ ହୋଇଥାନ୍ତି ।

ତେବେ ମରିବା ପରେ ଶରୀରକୁ ଏହି ଲ୍ୟାବରେ ରଖିଦିଆଯାଏ । ମୃତ୍ୟୁ ହେବା ମାତ୍ରେ କ୍ରାୟୋନିକ୍ସ ଏକ୍ସପର୍ଟ ଆକ୍ସନରେ ଆସିଯାଆନ୍ତି । କ୍ରାଏନିକ୍ସର ପ୍ରକୃତ ପକ୍ରିୟା ହେଉଛି ମସ୍ତିଷ୍କକୁ ଅମ୍ଲଜାନ ପଂହଚାଇବା ସହ ବ୍ଲଡ ସପ୍ଲାଏକୁ ମଧ୍ୟ ମସ୍ତିଷ୍କ ପର୍ଯ୍ୟନ୍ତ ପଂହଚାଇବା । ତେବେ ବୈଜ୍ଞାନିକଙ୍କ କହିବା ମୁତାବକ ୧୦୦ ବର୍ଷ ପରେ ହୁଏତ ଏହା ସମ୍ଭବ ହୋଇପାରେ । ଭବିଷ୍ୟତରେ ମେଡିକାଲ ସାଇନ୍ସ ଏହା କରି ପାରିବ ।

Leave a Reply

Your email address will not be published. Required fields are marked *