Before Header

ବନାଗ୍ନି ନିୟନ୍ତ୍ରଣ କରିବ ଟାସ୍କଫୋର୍ସ

0 26

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଳୁଛି ଜଙ୍ଗଲ । ହୁତୁ ହୁତୁ ହୋଇ ଜଳୁଛି । ରାଜ୍ୟର ୨୨ଜିଲ୍ଲାରେ ଜଳୁଛି । ମୋଟ୍ ୯୧୮ ଜଙ୍ଗଲ ଜଳୁଛି । ଦିନେ ନୁହେଁ କି ଦୁଇଦିନ ନୁହେଁ, ଏକ ସପ୍ତାହରୁ ଅଧିକ ଦିନ ହେବ ଲଗାତାର ଜଳୁଛି । ଜଳିପୋଡି ପାଉଁଶ ହୋଇଗଲାଣି ଆରଣ୍ୟ ସମ୍ପଦ । ବଣ୍ୟଜନ୍ତୁ ଭୀତତ୍ରସ୍ତ । ନିଆଁକୁ ଆୟତ କରିବାକୁ ରାଜ୍ୟ ସରକାରଙ୍କ ସଫେଇ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ସରକାର ଟାକ୍ସ ଫୋର୍ସ ଗଠନ କରିଥିବା ବେଳେ ବିଜେପି ମଧ୍ୟ ପଛରେ ପଡିନାହିଁ । ଓଡ଼ିଶାରେ ଆଉ ନିୟନ୍ତ୍ରଣରେ ନାହିଁ ଜଙ୍ଗଲ ନିଆଁ । ଗୋଟିଏ ପରେ ଗୋଟିଏ ଜଙ୍ଗଲ ହାତରୁ ଖସୁଛି । ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତ ଅମ୍ଲଯାନ ପ୍ରଦାନ କରୁଥିବା ଶିମିଳିପାଳ ସ୍ଥିତି ଅଣାୟତ । ସୁନାବେଡ଼ା ଅଭୟାରଣ୍ୟ ଏବେ ନିଆଁ କବଳରେ । କପିଳାସ, କୁଲଡିହା, ନୃସିଂହନାଥ, ହରିଶଙ୍କର ରେଞ୍ଜରେ ନିଆଁ ଜଳୁଛି । ନିଅକୁ ରାଜ୍ୟ ସରକାର ଆୟତ କରିପାରୁ ନାହାନ୍ତି । ନିନ୍ଦିତ ହେଉଛନ୍ତି ।

ବିଳମ୍ବରେ ହେଲେ ମଧ୍ୟ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ସରକାର ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ଗଠନ କରିଛନ୍ତି ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ । ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ନେତୃତ୍ୱରେ ଗଠନ କରାଯାଇଛି ଏହି ଟାସ୍କ ଫୋର୍ସ । ରାଜ୍ୟସ୍ତରୀୟ ଏହି ଟାସ୍କ ଫୋର୍ସରେ ଜଣେ ଚେୟାରମ୍ୟାନ୍, ଜଣେ ଆବାହକ ଓ ୭ଜଣ ସଦସ୍ୟ ଅଛନ୍ତି । ଏହି ଟାସ୍କଫୋର୍ସରେ ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଚେୟାରମ୍ୟାନ ଥିବାବେଳେ ବର୍ତ୍ତମାନର କାର୍ଯ୍ୟକାରୀ ପିସିସଏଫ ଆବାହକ ରହିଛନ୍ତି । ସେହିପରି କାର୍ଯକାରୀ ପିସିସିଏଫ (ବନ୍ୟପ୍ରାଣୀ)ଶଶିପାଲ, ଏଡଫଏସ ଆଇର ଡିଜି ପଙ୍କଜ ଅଗ୍ରୱାଲ,ଡେରାଡ଼ୁନ ଆଇସିଏଫଆରଙ୍କ ପ୍ରତିନିଧି, ଏନଆରଏସସି, ହାଇଦ୍ରାବାଦ ଫରେଷ୍ଟ ଓ ଇକୋଲୋଜିର ମୁଖ୍ୟ, ଓଆରଏସଏସସିଇଓ ପି କେ ମଲ୍ଲିକ ଓ ଓଡ଼ିଶା ପରିବେଶ ସୋସାଇଟର ସଚିବ ଜୟକୃଷ୍ଣ ପାଣିଗ୍ରାହୀ, ବାରିପଦାର ବିଜୟ ଅଗ୍ରୱାଲ ଏହି ଟାସ୍କଫୋର୍ସର ସଦସ୍ୟ ରହିଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କ ବନାଗ୍ନି ନିୟନ୍ତ୍ରଣର ତରିକା ଓ ଟାସ୍କଫୋର୍ସ ଗଠନ ନିଷ୍ପତ୍ତି ବିରୋଧୀ ବିଜେପିକୁ ସନ୍ତୁଷ୍ଟ କରିପାରି ନାହିଁ । ବିଜେପି ନେତା ମୋହନ ମାଝୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଜଙ୍ଗଳମାଫିଆ, ଅସାମାଜିକ ଲୋକମାନେ ଜଙ୍ଗଲରେ ନିଆଁ ଲଗାଇଦେଉଛନ୍ତି । କେଉଁ କାରଣରୁ ସେମାନେ ଏଭଳି ହୀନ କାର୍ଯ୍ୟ କରୁଛନ୍ତି ଜଣାନାହିଁ ।

ଏବେ ଜଙ୍ଗଲରେ ଲାଗିଥିବା ନିଆଁ ମଣିଷକୃତ । ଜାଣିଶୁଣି ଜଙ୍ଗଲ ଧ୍ୱଂସ କରାଯାଉଛି । ବିଜେପିର ଶୀର୍ଷନେତୃବୃନ୍ଦଙ୍କ ପରାମର୍ଶରେ ୩ଟି କମିଟି ଗଠନ କରାଯାଇଛି । ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ କମିଟି । ଏହି କମିଟିରେ ବିଧାୟକଙ୍କ ସହ ବରିଷ୍ଠ ବିଜେପି ନେତାମାନଙ୍କୁ ସାମିଲ୍ କରାଯିବ । କମିଟି ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖିବା ସହ ନିଆଁ ଲିଭାରେ ଠୋସ୍ ପଦକ୍ଷେପ ନେବ ବୋଲି ମୋହନ କହିଛନ୍ତି ।ଜଙ୍ଗଲରେ ଲାଗିଥିବା ନିଆଁ ଆଉ ନିୟନ୍ତ୍ରଣରେ ନାହିଁ । ଏକଥା ସରକାର ଭଲ ଭାବରେ ଜାଣି ମଧ୍ୟ କେନ୍ଦ୍ରକୁ ମିଛ ରିପୋର୍ଟ ଦେଇଛନ୍ତି, ଶିମିଳିପାଳରେ ନିଆଁ ଲିଭିଗଲାଣି । ତୁରନ୍ତ ନିଆଁ କୁ ଆୟତ କରାନଗଲେ ପରିଣତି ଭୟଙ୍କର ହୋଇପଡିବ ।

Leave A Reply

Your email address will not be published.