Masthead

ଆଇପିଏଲ ଢାଞ୍ଚାରେ ଓଡ଼ିଶା କ୍ରିକେଟ ଲିଗ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆଇପିଏଲ ଢାଞ୍ଚାରେ ଖେଳାଯିବ ଓଡ଼ିଶା କ୍ରିକେଟ ଲିଗ୍ । ଏହି ମ୍ୟାଚ୍ ବାରବାଟୀରେ ଆୟୋଜନ କରିବେ ଓସିଏଲ । ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ଟାଇଗର୍ସ, ଓଡ଼ିଶା ଲାୟନ୍ସ, ଓଡ଼ିଶା ଚିତାଶ୍, ଓଡ଼ିଶା ଯାଗୁଆର୍ସ, ଓଡ଼ିଶା ପନ୍ଥର୍ସ ଓ ଓଡ଼ିଶା ପୁମାସ ଆଦି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଓସିଏଲ ପ୍ରଥମ ସଂସ୍କରଣ ଉଦଘାଟନୀ ମୁକାବିଲାରେ ଓଡ଼ିଶା ଟାଇଗର୍ସ ଓ ଓଡ଼ିଶା ଲାୟନ୍ସ ମଧ୍ୟରେ ଖେଳାଯିବ । ଏହାସହ ଉଦ୍ଘାଟନୀ ଦିବସର ଦ୍ୱିତୀୟ ମ୍ୟାଚ୍ ଓଡ଼ିଶା ଚିତାଶ ଓ ଓଡ଼ିଶା ଜାଗୁଆର୍ସ ମଧ୍ୟରେ ଆୟୋଜିତ ହେବ । ଆଜି ସଂଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ ।

ପ୍ରତ୍ୟକ ଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହି ଲିଗ୍ ଚାଲିବା ପରେ ୧୨ ତାରିଖରେ ସେମିଫାଇନାଲ ଓ ୧୩ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଦୁଇଟି ରାଉଣ୍ଡରେ ପ୍ରତ୍ୟକ ଦଳ ମ୍ୟାଚ ଖେଳିବେ । ଶ୍ରେଷ୍ଠ ୪ ଦଳ ସେମିଫାଇନାଲରେ ପ୍ରତିଦ୍ୱନ୍ଦିତା କରିବ । ପ୍ରତ୍ୟେକ ଦଳର ଜଣେ ଲେଖାଏଁ ରାଜ୍ୟ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

 

ଦେବାଶିଷ ସାମନ୍ତରାୟ ଓଡ଼ିଶା ଟାଇଗର୍ସ, ସୁଜିତ ଲେଙ୍କା ଓଡ଼ିଶା ଲାୟନ୍ସ, ଅନୁରାଗ ଷଢଙ୍ଗୀ ଓଡ଼ିଶା ଚିତାଷ, ଗିରିଜା ରାଉତ ଓଡ଼ିଶା ଜାଗୁଆର୍ସ, ବସନ୍ତ ମହାନ୍ତି ଓଡ଼ିଶା ପାନ୍ଥର୍ସ, ଅରବିନ୍ଦ ସିଂହ ଓଡ଼ିଶା ପୁମାସ ଦଳର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି । ୬ଟି ଟିମରେ ୭୦ରୁ ଉର୍ଦ୍ଧ ଖେଳାଳି ଭାଗ ନେଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ଜାନୁଆରୀ ୧୨ରେ ସେମିଫାଇନାଲ ଖେଳାଯିବ ଓ ୧୩ ଜନୁଆରୀରେ ଫାଇନାଲ ଖେଳାଯିବ । ଓସିଏଲର ସମସ୍ତ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟରେ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି