Masthead

କଳିଙ୍ଗରେ ଜୁନିୟର ହକି ବିଶ୍ୱକପ୍

ଭୁବନେଶ୍ୱର(ବଡ଼ ଖବର ବ୍ୟରୋ):  ଚଳିତ ବର୍ଷ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଜୁନିୟର ହକି ବିଶ୍ୱକପ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱକପ ଟ୍ରଫି ଓ ଲୋଗୋ ଉନ୍ମଚିତ କରିଛନ୍ତି । ଏହା ପୂର୍ବରୁ ଓଡିଶାରେ ହକି ବିଶ୍ୱକପ ଆୟୋଜନ ହେବା ନେଇ ସୂଚନା ମିଳିଥିଲା । କାରଣ ଆୟୋଜନ ଗୌହାଟୀ ଦୌଡ଼ରେ ଥିଲା । ଏହା ପରେ ଓଡିଶା ଓ ଲକ୍ଷେ୍ନø ସାମିଲ ହୋଇଥିଲା । ହେଲେ ଏବେ ଓଡିଶାରେ ବିଶ୍ୱକପ ଆୟୋଜନ ପାଇଁ ଦାୟିତ୍ୱ ପାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଓଡିଶାରେ ସିନିୟର ପୁରୁଷ ହକି ବିଶ୍ୱକପର ଆୟୋଜନ କଳିଙ୍ଗ ଷ୍ଟାଡିୟମରେ ହୋଇସାରିଛି । ୨୦୧୮ରେ ଆୟୋଜିତ ହୋଇଥିବା ସିନିଏର ପୁରୁଷ ହକି ବିଶ୍ୱକପରେ ବେଲଜିୟମ ଚମ୍ପିୟାନ ହୋଇଥିଲା । ଏହି ବିଶ୍ୱକପ ପାଇଁ ୩ଟି ସହର ଧାର୍ଯ୍ୟ ହୋଇଥିଲା । ତେବେ ଓଡିଶା ଏଥିରେ ଆଗରେ ରହିଥିଲା ।

ଆଉ ଆଜି ପୁଣିଥରେ ଓଡିଶା ସରକାର ବିଶ୍ୱକପ ଭଳି ମେଗା ଇଭେଣ୍ଟ ଆୟୋଜନ କରିବାପାଇଁ ଆଗେଇ ଆସିଛନ୍ତି । ଜୁନିୟର ମହିଳା ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ । ଏପଟେ ଉଭୟ ପୁରୁଷ ଓ ମହିଳା ହକି ବିଶ୍ୱକପ ପାଇଁ ଦୌଡରେ ଆଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ ଓହରି ଯାଇଥିଲେ । ଯାହା ପରେ ପୁରୁଷ ହକି ବିଶ୍ୱକପ ପାଇଁ ଭାରତ ଓ ମହିଳା ଜୁନିୟର ହକି ପାଇଁ ଦକ୍ଷିଣ ଆଫ୍ରିକାକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ୨୦୧୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ସଫଳତାଭାବେ ଆୟୋଜନ ହୋଇଥିଲା । ତେବେ ଆଗକୁ ଓଡିଶାରେ ୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା