Masthead

୨୦୨୮ ଅକ୍ଟୋବର ୨୬ରେ ପୃଥିବୀରେ ଘଟିବ ବିରାଟ ପରିବର୍ତ୍ତନ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୂର୍ବରୁ ପୃଥିବୀରେ ଅନେକ କ୍ଷୁଦ୍ରଗ୍ରହ ମାଡ଼ ହୋଇଛି । ତାହା ଯୋଗୁଁ ବ୍ୟାପକ ବିନାଶ ହୋଇଛି । ପୃଥିବୀରେ ମନୁଷ୍ୟର ବିକାଶ ହୋଇନଥିବା ସମୟରେ କ୍ଷୁଦ୍ରଗ୍ରହ ମାଡ଼ ହେବାରୁ ଗୁରୁତର ବିନାଶ ହୋଇଥିଲା । ୬କୋଟି ୫୦ଲକ୍ଷ ବର୍ଷ ପୂର୍ବେ ପୃଥିବୀ ସହ ଏକ ବଡ଼ କ୍ଷୁଦ୍ରଗ୍ରହ ଧକ୍କା ହୋଇଥିଲା । ଫଳରେ ଡାଇନୋସର ଭଳି ଅନେକ ପ୍ରଜାତିର ଜୀବ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା । ସେହି କ୍ଷୁଦ୍ରଗ୍ରହର ଆକାର ୧୧ରୁ ୧୨ କିଲୋମିଟରର ଥିଲା । ଏହାକୁ ପୃଥିବୀରେ ମାଡ଼ ହୋଇଥିବା ସବୁଠାରୁ ବଡ଼ କ୍ଷୁଦ୍ରଗ୍ରହ କୁହାଯାଏ ।

ମେକସିକୋ ଉପକୂଳରେ ମାଡ଼ ହୋଇଥିବା ଏହି ଯୁଦ୍ରଗ୍ରହ ଯୋଗୁଁ ପୃଥିବୀରେ ଏକ ସଂଗେ ଅନେକ ପରିବର୍ତ୍ତନ ହୋଇଥିଲା । ଏହା ଦ୍ୱାରା ପୃଥିବୀର ୭୫ ପ୍ରତିଶତ ଜୀବ ଧ୍ୱଂସ ପାଇଥିଲେ । ସମଗ୍ର ପୃଥିବୀ ଧୂଳିରେ ଆଚ୍ଛାଦିତ ହୋଇଥିଲା । ସୂର୍ଯକିରଣ ପୃ୍ୟଥିବୀ ପର୍ଯ୍ୟନ୍ତ ପହଞ୍ଚô ପାରିଲା ନାହିଁ । ତାପମାତ୍ର ଅତ୍ୟନ୍ତ ବଢିଯିବା ସହିତ ସୁନାମୀ ଓ ଅଗ୍ନି ଉଦଗିରଣ ବଢିଗଲା । ୨୦୨୮ ଅକ୍ଟୋବର ୨୬ରେ ଯଦି ଏଭଳି ଘଟଣା ଘଟେ କୋଟି କୋଟି ଲୋକଙ୍କ ମୃତୁ୍ୟ ଘଟିବ । ଉଦ୍ଭିଦ ଜଗତ ପ୍ରାୟ ଧ୍ୱଂସ ପାଇଯିବ । ୯୬ କିମି ଚଉଡା କ୍ଷୁଦ୍ରଗ୍ରହ ଯଦି ପୃଥିବୀରେ ମାଡ଼ ହୁଏ, ସମଗ୍ର ଜୀବଜଗତ ଧ୍ୱଂସ ପାଇଯିବ ବୋଲି ବୌଜ୍ଞାନିକମାନେ ଅନୁମାନ କରୁଛନ୍ତି ।

୦.୮ କିଲୋମିଟର ଆକାରଯୁକ୍ତ କ୍ଷୁଦ୍ରଗ୍ରହର ମାଡ଼ ୧୦୦ ଅରବ ଟ୍ରାଇନାଇଟ୍ରୋଟୋଲୁ୍ୟନ୍ ମାଡ଼ ଭଳି । ଘଣ୍ଟାପ୍ରତି ୪୮ ହଜାର କିମି ବେଗରେ ଆସୁଥିବା ଏକ ଘର ଆକାରର କ୍ଷୁଦ୍ରଗ୍ରହ ଏକ ମାଇଲ ପଯ୍ୟନ୍ତ ମାନବ ସଂରଚନାକୁ ଧ୍ୱଂସ କରିଦେବ । ସେହିପରି ୨୦ ମହଲା ଆକାରର କ୍ଷୁଦ୍ରଗ୍ରହ ୮କିମି ପର୍ଯ୍ୟନ୍ତ ସବୁ ଧ୍ୱଂସ କରିଦେବ । କ୍ଷୁଦ୍ରଗ୍ରହର ମାଡ଼ କେଉଁଠି ହେବ ତାହା ଉପରେ ମଧ୍ୟ ଅନେକ କଥା ନିର୍ଭର କରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା