Masthead

୪ର୍ଥ ଦିନରେ ପହଞ୍ଚିଲା ଯୁବକଙ୍କ ଆମରଣ ଅନଶନ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ସୁପର ସ୍ପେଶାଲ ହସ୍ପିଟାଲ କରିବା ଦାବିରେ ସ୍ଥାନୀୟ ଯୁବ ସମାଜ ସେବୀ ମାନଙ୍କ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଜାରି ରହିଥିବା ଆମରଣ ଅନଶନ ଆଜି ୪ର୍ଥ ଦିନରେ ପଂହଚିଛି । ହେଲେ ଯାଜପୁର ଜିଲ୍ଲା ପ୍ରଶାସନ କିମ୍ବା ସିଡିଏମ ସେମାନଙ୍କ ଦାବି ପୁରା କରିବାରେ ବିଫଳ ହୋଇଛନ୍ତି । ସେପଟେ ୪ ଦିନ ଉପାସ ରହି ଅନଶନରେ ବସିଥିବା ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଛି । ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ସ୍ବାସ୍ଥ୍ୟ ସେବା ବିପର୍ୟ୍ୟସ୍ତ । ଏହାକୁ ନେଇ ସ୍ଥାନୀୟ ଯୁବକଙ୍କ ଦ୍ୱାରା କଳିଙ୍ଗନଗର ଠାରେ ଏକ ସୁପର ସ୍ପେଶାଲ ହସ୍ପିଟାଲ ନିର୍ମାଣ ଦାବିରେ ୪ ଦିନ ଧରି ଜାରି ରହିଛି ଆମରଣ ଅନଶନ ।

ମାତ୍ର ସେମାନଙ୍କ ଦାବି ପୂରଣ ହେବ କ’ଣ ସେମାନଙ୍କ ଉପରେ ଏବେ ଠାରୁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଜୁଲୁମ । କେତେ ବେଳେ ଅନଶନରେ ବସିଥିବା ସମାଜସେବୀ ଚନ୍ଦ୍ରକାନ୍ତ ନାୟକଙ୍କୁ ରାତିରେ ଉଠାଇ ନେଇ ଯାଜପୁର ଟାଉନରେ ଛାଡିଦେଇ ଚାଲିଆସୁଛି ପୋଲିସ ତ କେବେ ରାଜନେତାଙ୍କ ଧମକ । ଏ ଭିତରେ ୪ ଦିନ ଧରି ଅନଶନ ଚାଲିଥିବାବେଳେ ଏବେ ଚନ୍ଦ୍ରକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲାଣି । କିନ୍ତୁ ଜିଲ୍ଲା ପ୍ରଶାସନର ଭାଙ୍ଗୁନି ନିଦ । ସେପଟେ ୪ ଦଫା ଦାବି ଧରି ମାହାତ୍ମା ଗାନ୍ଧିଙ୍କ ଫଟୋକୁ ଧରି ଧାରଣାରେ ବସିଲେ ଯୁବ ସମାଜସେବୀ ଚନ୍ଦ୍ରକାନ୍ତ ।

ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସନ ଯେ ପର୍ଯ୍ୟନ୍ତ କଳିଙ୍ଗନଗର ଠାରେ ସୁପର ସ୍ପେଶାଲ୍ ହସ୍ପିଟାଲ ନିର୍ମାଣ ଓ ଦାନଗଦୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ଦୁର୍ନୀତିର ତଦନ୍ତ ଓ ରୋଗୀଙ୍କୁ ମାଗଣା ଔଷଧ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତି ଭୂମିର ବିକାଶ ଦାବି ପୂରଣ ନହୋଇଛି ସେମାନେ ଆମରଣ ଅଶନ ଜାରି ରଖିବେ । ତେବେ ମହାତ୍ମା ଗାନ୍ଧିଙ୍କ ଫଟୋକୁ ଧରି ନିଜ ଅଞ୍ଚଳର ବିକାଶ କରିବା ପାଇଁ ଆମରଣ ଅନଶନ କରୁଥିବା ଯୁବକମାନଙ୍କ ଦାବି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି