Masthead

ଦଶହରା, ଦୀପାବଳି ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ମନା

ପୁରୀ(ଓଡ଼ିଶା ରିପୋର୍ଟର):   ପୁରୀରେ ଦଶହରା ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ମନା । କିନ୍ତୁ ୨୦ ତାରିଖରେ ପଡୁଥିବା କୁମାରପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରହିବ । ଭକ୍ତମାନେ ନିୟମ ଅନୁସାରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶ୍ରାମନ୍ଦିର ମୁଖ୍ୟ ପ୍ରଶାସନ ଡକ୍ଟର କ୍ରୀଶନ କୁମାର ଏ ନେଇ ସୂଚନା ଦେଇଛନ୍ତି ।

ସେହିପରି ଶ୍ରୀମନ୍ଦିର ସେବାୟତଙ୍କ ପାରମ୍ପାରିକ ବେଶଭୂଷା ଉପରେ ବୈଠକରେ ଆଲୋଚନା କରାଯାଇଛି । କୁମାରପୂର୍ଣ୍ଣିମାରୁ ସେବାୟତମାନେ ପାରମ୍ପାରିକ ବେଷରେ ଭିତରକାଠରୁ ଗର୍ଭଗୃହକୁ ଯାଇପାରିବେ । ଦୀପାବଳୀଠାରୁ ଶ୍ରୀମନ୍ଦିର କର୍ମଚାରୀମାନେ ସ୍ୱତନ୍ତ୍ର ବେଶପୋଷାକରେ ଶ୍ରୀମନ୍ଦିରକୁ ଯିବେ । ସେପଟେ ଅନନ୍ଦବଜାରରୁ କିଭଳି ଶୃଙ୍ଖଳାରେ ଭକ୍ତ ମହାପ୍ରସାଦ ପାଇପାରିବେ ତାହା ଉପରେ ଆଜିର ବୈଠକରେ ଆଲେଚନା ହୋଇଥିଲା । ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ନିର୍ମାଣକୁ ଆନୁମୋଦନ ଦେଇଛି ଏନଏମଏ । ଶ୍ରାମନ୍ଦିର ଐଶାନ୍ୟ କୋଣରେ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟର ଭୂମି ପୂଜନ କରିବେ । ତେବେ କୋଭିଡ ନିୟମ ଭିତରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି