Masthead

ପାରାଲିମ୍ପିକ୍ସ ସେମିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ଚଳିତ ବର୍ଷ ଟୋକିଓ ପାରାଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଲେ ଭାରତର ବ୍ୟାଡମିଣ୍ଟନ ପ୍ଲେୟାର ପ୍ରମୋଦ ଭଗତ । ଆଉ ଗୋଟିଏ ମ୍ୟାଚ୍ ପରେ ପ୍ରମୋଦ ପଦକ ଜିତିବା ପକ୍କା ହୋଇଯିବ । ଗତ ଗୁରୁବାର ବ୍ୟାଡମିଣ୍ଟନର ପୁୁରୁଷ ଏସଏଲ୍ ୩ ବଗର୍ର ଦ୍ୱିତୀୟ ମ୍ୟାଚରେ ବରଗଡ ଜିଲ୍ଲାର ଓଡିଆ ପୁଅ ୟୁକ୍ରେନର ଓଲେସାଣ୍ଡର୍ ଚିରକୋଭଙ୍କୁ ସିଧାସଳଖ ୨୧-୧୨,୨୯-୯ ଗେମରେ ପରାସ୍ତ କରିଛନ୍ତି ।

ପ୍ରଥମ ଗେମସରେ ସେ ଲଗାତାର ୫ ପଏଣ୍ଟ ହାସଲ କରିଥିଲେ । ପ୍ରମୋଦ ଶଟରଙ୍କ କୌଣସି ଜବାବ୍ ପ୍ରତିପକ୍ଷ ଓଲେସାଣ୍ଡରଙ୍କ ନିକଟରେ ନ ଥିଲା । ସେହିପରି ଦ୍ୱିତୀୟ ଗେମରେ ମଧ୍ୟ ସେ ତାଙ୍କ ପଏଣ୍ଟ ଜାରି ରଖିଥଲେ । ଏହା ପରେ ସେ ୧୬-୬ ରେ ଆଗୁଆ ରହି ଏକାଥରକେ ୧୦ ପଏଣ୍ଟରେ ବଡ ଲିଡ ହାସଲ କରିଥଲେ । ବୁଧବାର ଗୃପ୍ ଷ୍ଟେଜରେ ପ୍ରଥମ ମ୍ୟାଚରେ ପ୍ରମୋଦ ନିଡ ଦେଶର ମନୋଜ ସରକାକଙ୍କୁ ୨୧-୧୦,୨୧-୨୩,୨୧-୯ ଗେମରେ ହରାଇଥିଲେ । ଏହି ମ୍ୟାôଚ୍ ଦୀର୍ଘ ୫୬ ମିନିଟ ଧରି ଚାଲିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି