Masthead

‘ଗାଜାରେ ସରକାର ଚଳାଇବା ଆମର ଲକ୍ଷ୍ୟ ନୁହେଁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାସେ ପରେ ପହଞ୍ଚିଲାଣି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୋଜି ଖୋଜି ହମାସ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଛି ଇସ୍ରାଏଲ ସେନା । ଉତର ଗାଜାର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ହମାସର ପ୍ରାୟ ୪୦୦ ଠିକଣା ଉପରେ ଆକ୍ରମଣ କରିବା ସହ ନିଜ କବଜାକୁ ନେଇଛି ଇସ୍ରାଏଲ । ହମାସ ଆତଙ୍କୀ ମାନେ ମଧ୍ୟ ଇସ୍ରାଏଲ ସେନା ଉପରେ ଆକ୍ରମଣ ଜାରି ରଖିଛନ୍ତି ।

ତେବେ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନେହୁ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି ଗାଜା ଷ୍ଟ୍ରିପ୍ ଅକ୍ତିଆର ଅବା ସେଠାରେ ସରକାର ଚଲାଇବା ଆମର ଲକ୍ଷ୍ୟ ନୁହେଁ । ହେଲେ ଯୁଦ୍ଧ ସରିଲେ କିଏ ଗାଜାର ସରକାର ଚଳାଇବ ବୋଲି ପ୍ରଶ୍ନ କରିଛନ୍ତି ବେଞ୍ଜାମିନ । ହମାସର ମୂଳପୋଛ ପାଇଁ କରୁଛି ଆକ୍ରମଣ ପରେ ଆକ୍ରମଣ । ହମାସର ଟପ କମାଣ୍ଡର ଓ ନେତାଙ୍କୁ ଖୋଜି ଖୋଜି ମାରୁଛି ଆଇଡିଏଫ । ହମାସ କମାଣ୍ଡର ମହମ୍ମଦ ଦେଇଫର ପତ୍ନୀ ଓ ଝିଅକୁ ଏୟାରଷ୍ଟ୍ରାଇକ କରି ମାରିଛି ଇସ୍ରାଏଲ । ଅନ୍ୟପଟେ ଫେରାର ଅଛି ମହମ୍ମଦ ।

କୁହାଯାଉଛି ଇସ୍ରାଏଲ ଉପରେ ହମାସର ଆକ୍ରମଣ ପଛରେ ମହମ୍ମଦ ହେଉଛି ମାଷ୍ଟରମାଇଣ୍ଡ । ତେଣୁ ଆଇଡିଏଫର ମୋଷ୍ଟୱାଟେଂଡ ତାଲିକାରେ ରହିଛି ଏହି ହମାସ କମାଣ୍ଡର । ଇସ୍ରାଏଲ ସେନାଠୁ ଆତ୍ମରକ୍ଷା କରିବା ପାଇଁ ସାଧାରଣ ନାଗରିକଙ୍କ ଢ଼ାଲ କରୁଛି ହମାସ । ସେପଟେ ଦୁଇ ଭାଗ ହୋଇଛି ଗାଜା । ଉତ୍ତର ଗାଜା ଓ ଦକ୍ଷିଣ ଗାଜା ଭାବେ ଦୁଇ ଭାଗ ହୋଇଛି । ଉତ୍ତର ଗାଜାକୁ ଘେରି ରହିଛନ୍ତି ହଜାର ହଜାର ସଂଖ୍ୟାରେ ଇସ୍ରାଏଲି ସୈନ୍ୟ। ୧୪ ଲକ୍ଷରୁ ଅଧିକ ଜନବସତିର ଏହି ଅଂଚଳକୁ ଛାଡିବାକୁ ଅଲଟିମେଟମ ଦେଇଥିଲା ଇସ୍ରାଏଲ ସେନା । ଏବେବି ସାଢେ ୩ ଲକ୍ଷ ଲୋକେ ଏହି ଅଂଚଳରେ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ