Masthead

ଡ୍ରୋନ ଆକ୍ରମଣ ପୂର୍ବରୁ ଚୀନ ଠାରୁ ଡ୍ରୋନ କିଣିଥିଲା ପାକିସ୍ତାନ

(ବଡ଼ ଖବର ବ୍ୟୁରୋ): ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପଛରେ କିଏ? ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏହାର ଉତ୍ତର ଏବେ ବି ମିଳିପାରିନି । ଆକ୍ରମଣ ପଛର ତଦନ୍ତ ଭାର ଏନଆଇଏ ବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିକୁ ଦିଆଯାଇଛି । ତେବେ ମିଳିଥିବା ସୂଚନା ମୁତାବକ ଆକ୍ରମଣ ପାଇଁ ଯେଉଁ ବିସ୍ଫୋରକ ବ୍ୟବହାର କରାଯାଇଥିଲା ତାହା କେବଳ କୌଣସି ଦେଶର ସେନା ପାଖରେ ହିଁ ମିଳିଥାଏ । ତେବେ ଆକ୍ରମଣର କିଛି ଦିନ ତଳେ ପାକିସ୍ତାନ ବହୁ ସଂଖ୍ୟାରେ ଡ୍ରୋନ ଚୀନ ଠାରୁ କିଣିଥିଲା । ପିଜା ଡେଲିଭରୀ ସହିତ ଘରେ ଘରେ ଔଷଧ ପହଞ୍ଚାଇବାକୁ ଏହି ଡ୍ରୋନ ଚୀନଠାରୁ କିଣାଯାଇଥିବା କଥା ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ।

ଏହି କଥା କିନ୍ତୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଭଳି ମନେ ହେଉଛି । କାରଣ ଯେଉଁ ଡ୍ରୋନ ଗୁଡ଼ିକ କିଣାଯାଇଥିଲା ସେଗୁଡ଼ିକ ପିଜା ଡେଲିଭରୀ ପାଇଁ ବ୍ୟବହାର କରାଯାଇ ପାରିବନି । ଆଉ ଏହି ଡ୍ରୋନରେ ବ୍ୟବହାର ହୋଇଥିବା ବିସ୍ଫୋରକ ପାକିସ୍ତାନ ପକ୍ଷରୁ ଭର୍ତ୍ତି କରାଯାଇଥିବା ଅନୁମାନ କରାଯାଇପାରେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆକ୍ରମଣ ଦ୍ୱାରା ଅନେକ କ୍ଷତି ପହଞ୍ଚାଯିବାର ଆଶଙ୍କାକୁ ଏଡ଼ାଇଯାଇନପାରେ । ଏହା ପଛରେ ଅସଲରେ କିଏ ଅଛି ଏହାର ଅଧିକ ଛାନ ଭିନ କରୁଛି ଏନଆଇଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ