Masthead

ଷ୍ଟେଜ ଛାଡି ପଳାଇଲେ ପପୁ ପମପମ୍

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ହାସ୍ୟ ଅଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ, କାର୍ୟ୍ୟକ୍ରମ ଅଧାରୁ ଛାଡି ପଳାଇଲେ ପପୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ସୁରଳ ଗ୍ରାମରେ । ସୁରଳ ଗ୍ରାମରେ ଶିବରାତ୍ରି ଅବସରରେ ସାଂସ୍କୃତିକ କାର୍ୟ୍ୟକ୍ରମ ଚାଲିଥିଲା । କାର୍ୟ୍ୟକ୍ରମର ଆରମ୍ଭ ହେବାର କିଛି ସମୟ ପରେ ପପୁ ପମପମ ମଞ୍ଚ ଉପରକୁ ଆସିଥିଲେ ।

ଏହି ସମୟରେ ହଠାତ୍ ମଞ୍ଚ ଉପରକୁ ପଥର ମାଡ ହୋଇଥିଲା । ପଥର ପପୁଙ୍କ କାନ୍ଧର କିଛି ଇଞ୍ଚ ବ୍ୟବଧାନରେ ଯାଇ ପଛପଟେ ଥିବା ଡିଜିଟାଲ ଡିସପ୍ଲେ ବୋର୍ଡକୁ ବାଜିବାରୁ ତାହା ଭାଙ୍ଗି ଯାଇଥିଲା । ପରେ ଆଉ ଏକ ପଥର ମଞ୍ଚ ଉପରେ ଥିବା ଅନ୍ୟ ଜଣେ ଯୁବକଙ୍କୁ ବାଜିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁ ପମପମ କାର୍ୟ୍ୟକ୍ରମ ଅଧାରୁ ପଳାଇଥିଲେ । ତେବେ କେଉଁ କାରଣ ଯୋଗୁଁ ପଥର ମାଡ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏନେଇ ସ୍ଥାନୀୟ ଥାନାରେ ମଧ୍ୟ କିଛି ଅଭିଯୋଗ ହୋଇନଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି