Masthead

ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍

ଭୁବନେଶ୍ୱର(ବଡ ଖବର ବ୍ୟୁରୋ) : ଏଣିକି ସବୁ ସୂଚନା ଦେବ ଆପ୍ । ମହାପ୍ରଭୁଙ୍କ ପ୍ରତିଟି ନୀତିକାନ୍ତି ବିଷୟରେ ମିଳିବ ସଠିକ୍ ସୂଚନା । ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ଲଞ୍ଚ ହୋଇଛି ଶ୍ରୀ ଜଗନ୍ନାଥ ଧାମ୍ ମୋବାଇଲ ଆପ୍ । ଏହି ଆପ୍ ଜରିଆରେ ଭକ୍ତମାନେ ମନ୍ଦିରର ପ୍ରତିଟି ନୀତି ବିଷୟରେ ନିର୍ଭୁଲ ସୂଚନା ପାଇ ପାରିବେ । ଦିଘା ଜଗନ୍ନାଥ ମନ୍ଦିରକୁ ନେଇ ଲାଗି ରହିଥିବା ବିବାଦ ଥମୁ ନଥିବା ବେଳେ ଏପରି ନାମକରଣକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏହି ଆପ୍କୁ ବ୍ୟବହାର କରି ଭକ୍ତମାନେ ମନ୍ଦିର ଭିତରର ନୀତି ଠାରୁ ଆରମ୍ଭ କରି ଧାଡ଼ି, ସମୟ, ମହାପ୍ରସାଦ ବାହାରିବାର ସମୟ ଏବଂ ଦାନ ପ୍ରଣାଳୀ ସମ୍ପର୍କରେ ସମସ୍ତ ସୂଚନା ପାଇ ପାରିବେ । ରଥଯାତ୍ରାକୁ ଦୃଷ୍ଟିରେ ରଖି ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ ଲଞ୍ଚ ହୋଇଛି । ଆଗକୁ ଆହୁରି ଅନେକ ନୂଆ ଫିଚର୍ସ ଏଥିରେ ଯୋଡ଼ିହେବା ନେଇ ଯୋଜନା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା