Masthead

ପ୍ୟାରିସ ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ଆଉ ୨ ସ୍ୱର୍ଣ୍ଣ । ସପ୍ତମ ଦିନରେ ଭାରତକୁ ମିଳିଲା ୪ ପଦକ । ତୀରନ୍ଦାଜିରେ ସ୍ବର୍ଣ୍ଣ ଜିତିଲେ ହରବିନ୍ଦର ସିଂହ । କ୍ଲବ ଥ୍ରୋ F51ରେ ଧରମବୀରଙ୍କୁ ସ୍ବର୍ଣ୍ଣ, ପ୍ରଣବ ସୁରମାଙ୍କୁ ରୌପ୍ୟ। ସଟ୍‌ପୁଟ୍‌ F46ରେ ସଚିନ ସରଜେରାଓଙ୍କୁ ରୌପ୍ୟ ପଦକ। ହରଭିନ୍ଦର ସିଂହ ଜିତିଲେ ସ୍ବର୍ଣ୍ଣ ପଦକ । ତୀରନ୍ଦାଜି ଇଭେଣ୍ଚରରେ ବାଜିମାତ କଲେ ହରଭିନ୍ଦର ସିଂହ । ଫାଇନାଲରେ ପୋଲାଣ୍ଡର ଖେଳାଳି ଲୁକାଜ୍ ସିଜେକଙ୍କୁ ୬-୦ରେ ପରାସ୍ତ କରିଛନ୍ତି । ପାରାଅଲିମ୍ପିକ୍ସ ଇତିହାସରେ ଭାରତ କେବେ ବି ତୀରନ୍ଦାଜିରୁ ସ୍ବର୍ଣ୍ଣ ପଦକ ଜିତିନଥିଲା ।

ପୁରୁଷ ଇଣ୍ଡିଭିଜୁଆଲ୍ ଇଭେଣ୍ଡରରେ ହରଭିନ୍ଦର କ୍ରମାଗତ ୫ ବିଜୟ ସହ ସେ ଏହି ସଫଳତା ହାସଲ କରିଛନ୍ତି । ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏହାସହ ଭାରତର ମୋଟ ପଦକ ସଂଖ୍ୟା ୨୪ରେ ପହଞ୍ଚିଛି । ଭାରତ ଖାତାରେ ୫ ସ୍ବର୍ଣ୍ଣ , ୯ ରୌପ୍ୟ ଓ ୧୦ ବ୍ରୋଂଜ ପଦକ ରହିଛି । ଐତିହାସିକ ସ୍ବର୍ଣ୍ଣ ବିଜୟ ପାଇଁ ହରଭିନ୍ଦରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏହା ଏକ ଅତି ସ୍ବତନ୍ତ୍ର ପଦକ ବୋଲି ମୋଦୀ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ