Masthead

ରାତି ଅଧରେ ପିଡ଼ିଏସ ଚାଉଳ ଲୁଟ୍

ସୋର (ବଡ଼ ଖବର ବ୍ୟୁରୋ): ରାତି ଅଧରେ ଟ୍ରକରେ ଥିବା ପିଡ଼ିଏସ ଚାଉଳ ଲୁଟିନେଲେ ସ୍ଥାନୀୟ ବାସିନ୍ଦା । ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମକୁ ପିଡ଼ିଏସ ଚାଉଳ ଦେବାକୁ ଆସିଥିବା ଓଡି ୦୧ଟି ୧୫୬୬ ନମ୍ବରର ଟ୍ରକକୁ ଅଟକାଇ ଗ୍ରାମବାସୀ ଚାଉଳ ବସ୍ତା ଲୁଟି ନେଇଛନ୍ତି। ସୂଚନା ମୁତାବକ ସନ୍ଧ୍ୟା ୫ ଟା ସମୟରେ ଗାଡି ଗ୍ରାମକୁ ପ୍ରବେଶ କରିବା ପରେ ସରପଞ୍ଚ ପ୍ରତିନିଧି କୈଳାଶ ମାଝୀ କିଛି ଲୋକଙ୍କୁ ଠୁଳ କରି ଟ୍ରକ ଡ୍ରାଇଭର ତାପସ ମୁଖୀକୁ ଡରାଇ ଧମକାଇ ଗାଡ଼ିରୁ ଚାବି ଖୋଲି ନେଇ ଥିଲେ।

ଡ୍ରାଇଭର ପ୍ରତିବାଦ କରିବାରୁ ଗାଡ଼ିରେ ନିଆଁ ଲଗାଇ ଦେବାର ଧମକ ଦେଇ ଥିଲେ। ପରେ ଅଧିକା ଲୋକ ଠୁଳ କରି ରାତିରେ ଟ୍ରକରେ ଥିବା ୩ ଶହ ଚାଉଳ ବସ୍ତାରୁ ୧୫୩ ବସ୍ତା ଲୁଟ କରିଛନ୍ତି। ଯାହାକୁ ନେଇ ଘଟଣା ସ୍ଥଳରେ ବିବାଦୀୟ ପରିସ୍ଥିତି ଉପୁଜି ଥିବାବେଳେ ସମ୍ପୃକ୍ତ ଚାଉଳ ଯୋଗାଣ କରି ପୋଲିସର ସହାୟତା ଲୋଡିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା