Masthead

ଲୋକଙ୍କ ଭଲପାଇବା ହିଁ ମୋର ଅସଲ ସମ୍ପଦ: ଶିବରାଜ ସିଂ ଚୌହ୍ୱାନ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ମୁଁ ପୂର୍ବତନ ହୋଇପାରେ କିନ୍ତୁ ରିଜେକ୍ଟେଡ ନୁହେଁ । ଏବେ ବି ଲୋକେ ମତେ ମାମା ବୋଲି ଡ଼ାକୁଛନ୍ତି । ସେତିକି ଭଲ ପାଇବା ବି ଦେଉଛନ୍ତି । କିଛି ଏମିତି ପ୍ରତିକ୍ରିୟା ଦେଇଛନ୍ତି ମଧ୍ୟପ୍ରଦେଶ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ପୁନେ ସ୍ଥିତ ଏମ୍‌ଆଇଟି ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିବରାଜ ସିଂହ କହିଛନ୍ତି, ‘ମୋତେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଛି। ମୁଁ କିନ୍ତୁ ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ। ବେଳେ ବେଳେ ଦୀର୍ଘ ଦିନ ଧରି କ୍ଷମତାରେ ରହିବାପରେ ଲୋକେ ଗାଳି ଦିଅନ୍ତି।

ତେଣୁ, ମୁଖ୍ୟମନ୍ତ୍ରୀମାନେ ପଦ ଛାଡ଼ନ୍ତି। କିନ୍ତୁ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ବି ଲୋକେ ମତେ ସମର୍ଥନ କରୁଛନ୍ତି ଏବଂ ଯୁଆଡ଼େ ଗଲେ ମେତେ ‘ମାମା’ ବୋଲି ଡାକୁଛନ୍ତି। ଲୋକଙ୍କ ଭଲପାଇବା ହିଁ ମୋର ଅସଲ ସମ୍ପଦ।’ ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଅର୍ଥ ନୁହେଁ ଯେ, ମୁଁ ସକ୍ରିୟ ରାଜନୀତି ଛାଡ଼ିଦେବି। ଲୋକଙ୍କ ସେବା ପାଇଁ ମୁଁ ରାଜନୀତି କରୁଛି, କୌଣସି ପଦପଦବୀ ପାଇଁ ନୁହେଁ। ମୁଁ ଅହଙ୍କରୀ ଭଳି କଥା କହେ ନାହିଁ। ନିଷ୍ଠାର ସହିତ ନିର୍ବାଚନ ଲଢ଼ିଲେ, ଜନତା ତୁମ ସପକ୍ଷରେ ଯିବେ ବୋଲି କହିଛନ୍ତି ଶିବରାଜ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ