Masthead

ଲୋକଙ୍କ ଭଲପାଇବା ହିଁ ମୋର ଅସଲ ସମ୍ପଦ: ଶିବରାଜ ସିଂ ଚୌହ୍ୱାନ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ମୁଁ ପୂର୍ବତନ ହୋଇପାରେ କିନ୍ତୁ ରିଜେକ୍ଟେଡ ନୁହେଁ । ଏବେ ବି ଲୋକେ ମତେ ମାମା ବୋଲି ଡ଼ାକୁଛନ୍ତି । ସେତିକି ଭଲ ପାଇବା ବି ଦେଉଛନ୍ତି । କିଛି ଏମିତି ପ୍ରତିକ୍ରିୟା ଦେଇଛନ୍ତି ମଧ୍ୟପ୍ରଦେଶ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ପୁନେ ସ୍ଥିତ ଏମ୍‌ଆଇଟି ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିବରାଜ ସିଂହ କହିଛନ୍ତି, ‘ମୋତେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଛି। ମୁଁ କିନ୍ତୁ ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ। ବେଳେ ବେଳେ ଦୀର୍ଘ ଦିନ ଧରି କ୍ଷମତାରେ ରହିବାପରେ ଲୋକେ ଗାଳି ଦିଅନ୍ତି।

ତେଣୁ, ମୁଖ୍ୟମନ୍ତ୍ରୀମାନେ ପଦ ଛାଡ଼ନ୍ତି। କିନ୍ତୁ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ବି ଲୋକେ ମତେ ସମର୍ଥନ କରୁଛନ୍ତି ଏବଂ ଯୁଆଡ଼େ ଗଲେ ମେତେ ‘ମାମା’ ବୋଲି ଡାକୁଛନ୍ତି। ଲୋକଙ୍କ ଭଲପାଇବା ହିଁ ମୋର ଅସଲ ସମ୍ପଦ।’ ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଅର୍ଥ ନୁହେଁ ଯେ, ମୁଁ ସକ୍ରିୟ ରାଜନୀତି ଛାଡ଼ିଦେବି। ଲୋକଙ୍କ ସେବା ପାଇଁ ମୁଁ ରାଜନୀତି କରୁଛି, କୌଣସି ପଦପଦବୀ ପାଇଁ ନୁହେଁ। ମୁଁ ଅହଙ୍କରୀ ଭଳି କଥା କହେ ନାହିଁ। ନିଷ୍ଠାର ସହିତ ନିର୍ବାଚନ ଲଢ଼ିଲେ, ଜନତା ତୁମ ସପକ୍ଷରେ ଯିବେ ବୋଲି କହିଛନ୍ତି ଶିବରାଜ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି