Masthead

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ପୁଣି ବଢିଲା ପେଟ୍ରୋଲ ଦର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ପେଟ୍ରୋଲ ଦରରେ ଲାଗିଲା ନିଆଁ । ପୁଣି ବଢିଲା ପ୍ରେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୫ପଇସା ଏବଂ ଡିଜେଲ ଲିଟର ପିଛା ୩୯ ପଇସା ମହଙ୍ଗା । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯.୨୫ ଟଙ୍କା , ଡିଜେଲ ଦର ୧୦୫.୮୪ ଟଙ୍କା ରହିଛି । ଅକ୍ଟୋବର ମାସରେ ୨୧ଥର ତେଲ ଦର ବଢିଲାଣି ।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଅପେକ୍ଷା ଓଡ଼ିଶାରେ ତେଲ ମହଙ୍ଗା ହୋଇଛି । ଦରବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପକାଶ ପାଇଛି । ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପିଛା ଟ. ୧୦୮.୨୯ ଓ ଡିଜେଲ୍‌ ଲିଟର ପିଛା ଟ. ୯୭.୦୨ରେ ବିକ୍ରୟ ହେଉଛି । ମୁମ୍ବାଇରେ ପେଟ୍ରୋଲ୍‌ ଲିଟର ପିଛା ଟ. ୧୧୪.୧୪ ଥିବାବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୫.୧୨ରେ ବିକ୍ରୟ ହେଉଛି । ଚେନ୍ନାଇରେ ପେଟ୍ରୋଲ୍‌ ଲିଟର ପିଛା ଟ. ୧୦୫.୧୩ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର ପିଛା ଟ. ୧୦୧.୨୫ରେ କିଣା ଯାଉଛି ।

କୋଲକାତାରେ ପେଟ୍ରୋଲ୍‌ ଲିଟର ପିଛା ଟ. ୧୦୮.୭୮ ଥିବା ବଳେ ଡିଜେଲ୍‌ ଲିଟର ପିଛା ଟ. ୧୦୦.୧୪ରେ ବିକ୍ରୟ ହେଉଛି । ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କ ଦ୍ୱାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରାଯାଏ । ଦରବୃଦ୍ଧି ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି