Masthead

୧୨ବର୍ଷରୁ ଅଧିକ ବୟସବର୍ଗଙ୍କ ପାଇଁ ୫କୋଟି ଡୋଜ ଟିକା ଯୋଗାଇବାକୁ ପ୍ରସ୍ତୁତ ଫାଇଜର

ନୂଆଦିଲ୍ଲ୍ଲୀ(ବଡ଼ ଖବର ବ୍ୟୁରୋ): ୧୨ରୁ ଅଧିକ ବୟସବର୍ଗଙ୍କ ପାଇଁ ଫାଇଜର ଟିକା ଉପଯୁକ୍ତ । ଏନେଇ ଆମେରିକୀୟ ଔଷଧ କମ୍ପାନୀ ଫାଇଜର କେନ୍ଦ୍ର ସରକାରଙ୍କୁ କହିଛି । ୨ରୁ ୮ଡିଗ୍ରୀ ତାପମାତ୍ରାରେ ଫାଇଜର ଗଚ୍ଛିତ ମଧ୍ୟ ରଖିହେବ । ‘ଇଣ୍ଡେମିନିଟି ପ୍ରୋଟେକ୍ସନ୍‌ ଲାଏବିଲିଟି’ ସଂକ୍ରାନ୍ତରେ ‘ଫାଇଜର’ର ଅଧିକାରୀ ଏବଂ ସରକାର ଆଲୋଚନା କରିଛନ୍ତି। ତେବେ ଭାରତକୁ ଟିକା ଆଣିବା ପୂର୍ବରୁ କେତେକ ନିୟମ କୋହଳ କରିବା ଲାଗି ମଧ୍ୟ ‘ଫାଇଜର୍‌’ ସରକାରଙ୍କୁ ଅନୁରୋଧ କରିଛି ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

ସର୍ତ୍ତାବଳୀ କୋହଳ ହେଲେ ୨୦୨୧ରେ ଭାରତକୁ ୫ କୋଟି କୋଭିଡ୍‌-୧୯ ଟିକା ଯୋଗାଇ ଦେବ ବୋଲି ‘ଫାଇଜର୍‌’ କହିଛି। ସେପଟେ ମୁମ୍ବାଇର ଏକ ଘରୋଇ ଔଧେ କମ୍ପାନୀ ସହ ମିଶି ଆମେରିକୀୟ କମ୍ପାନୀ ‘ମଡର୍ଣ୍ଣା’ ମଧ୍ୟ ଭାରତରେ କୋଭିଡ଼-୧୯ ଟିକା ଉତ୍ପାଦନ କରିବା ଲାଗି ଚେଷ୍ଟା ଚଳାଇଛି । ତେବେ ଆଗରୁ ମଡର୍ଣ୍ଣା ଓ ଫାଇଜର କମ୍ପାନୀ କେବଳ କେନ୍ଦ୍ର ସରକାରଙ୍କୁ ହିଁ ଟିକା ଦେବେ ବୋଲି କହି ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କୁ ସିଧାସଳଖ ଟିକା ଦେବାକୁ ମନା କରିଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ