Masthead

ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ବାଲାଟ ପେପରରେ ମତଦାନ ଆରମ୍ଭ

ପିପିଲି(ବଡ଼ ଖବର ବ୍ୟରୋ):   ଆସନ୍ତା ୩୦ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏ ନେଇ ଆଜିଠାରୁ ପୋଷ୍ଟାଲ ବାଲାଟ ପେପରରେ ମତଦାନ ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାଇ ୮୦ ବର୍ଷରୁ ଉର୍ଦ୍ଧ ବୟସର ଭୋଟର , ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ପୋଷ୍ଟର ବାଲାଟରେ ମତଦାନର ସୁବିଧା କରାଯାଇଛି । ତେବେ ମାଇକ୍ରୋ ଅବଜରଭର ଓ ପ୍ରିଜାଇଡିଂ ଅଫିସର ସମେତ ପୋଲିଙ୍ଗ ଅଫିସର ମଧ୍ୟ ଭୋଟରଙ୍କ ଘର ଘର ବୁଲି ମତ ଗ୍ରହଣ କରିବେ ବୋଲି ନିର୍ଦ୍ଦେଷ ଦିଆଯାଇଛି ।

ପିପିଲିରେ ମୋଟ ୧୦୭୭ ପୋଷ୍ଟର ବାଲାଟ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ପିପିଲିରୁ ୩୫୬ ଓ ଡେଲାଙ୍ଗର ୭୧୨ ଜଣ ଅଛନ୍ତି । ଏହି ପ୍ରକ୍ରିୟାରେ ୭ ପୁଲିଂ ପାର୍ଟିକୁ ମୁତାୟନ କରାଯାଇଛି । ମାଇକ୍ରୋ ଅବଜରଭର, ପୋଲିସ,ପୁଲିଂ,ପର୍ସନ,ଭିଡିଓଗ୍ରାଫରଙ୍କୁ ସାମିଲ କରାଯାଇଛି । ସେମାନଙ୍କୁ ଅଲଗା ଅଲଗା ରୁଟରେ ଯାଇ ଭୋଟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରକ୍ରିୟା ଅସନ୍ତା ୩,୪ ଦିନ ମଧ୍ୟରେ ସରିବ ।

ପିପିଲି ଉପନିର୍ବାଚନ ପାଇଁ ତାରିଖ ପାଖେଇ ଆସିବାରୁ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ଆରମ୍ଭ କରି ଦେଇଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳକୁ ନର୍ବାଚନୀ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ଅସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟର ରାଲି, ସାଇକେଲ ରାଲି, ବାଇକ ରାଲିକୁ ଅନୁମତି ଦିଆଯାଇନି । କିଛି ଜାଗାରେ କୋଭିଡ ନିୟମ ଉଲ୍ଲଘଂନ କରାଯାଇଥିବା ସୂଚନା ମିଳିଛି । ନିୟମ ଅନୁଯାଇ ଯଦି କୋଭିଡ ନିୟମ ଉଲ୍ଲଘଂନ କରାଯାଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା