Masthead

ମାଆ ଓ ଭଉଣୀଙ୍କ ପାଇଁ ମୁଁ ମୋ ଜୀବନକୁ ବାଜି ଲଗାଇଦେବି: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ୨୦୨୪ ଲୋକ ସଭା ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଦେଶର ପ୍ରତ୍ୟେକ ମାଆ ଏବଂ ଝିଅ ଶକ୍ତିଙ୍କର ରୂପ। ମୁଁ ସେମାନଙ୍କର ପୂଜାରୀ। ଲୋକସଭା ନିର୍ବାଚନ ଘୋଷଣା କରାଯାଇଛି।

ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ପର୍ବ ଆରମ୍ଭ ହୋଇଛି ଏବଂ ମେ’ ୧୩ରେ ତେଲଙ୍ଗାନାର ଲୋକମାନେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ମେ’ ୧୩ରେ ତେଲଙ୍ଗାନାରେ ହେବାକୁ ଥିବା ଭୋଟ୍‌ ‘ବିକଶିତ ଭାରତ’ ପାଇଁ ହେବ ଏବଂ ଯେତେବେଳେ ଭାରତର ବିକାଶ ହେବ, ତେଲଙ୍ଗାନାର ମଧ୍ୟ ବିକାଶ ହେବ। ‘ବିଜେପି ଲହର’ ବିଆରଏସ୍ ଓ କଂଗ୍ରେସର କୁଶାସନକୁ ଦୂର କରିବ । ମୋ ପାଇଁ ପ୍ରତ୍ୟେକ ମା’ ଶକ୍ତିର ଏକ ରୂପ, ପ୍ରତ୍ୟେକ ଝିଅ ହେଉଛି ଶକ୍ତିର ରୂପ ।

ମୁଁ ସେମାନଙ୍କୁ ଶକ୍ତି ଭାବରେ ପୂଜା କରେ ଏବଂ ଏହି ଶକ୍ତି ସ୍ୱରୂପ ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ମୋ ଜୀବନକୁ ବାଜି ଲଗାଇଦେବି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ପଟେ କ୍ଷମତା ନଷ୍ଟ କଥା କହୁଥିବା ଲୋକ ଅଛନ୍ତି, ଅନ୍ୟପଟେ କ୍ଷମତାକୁ ପୂଜା କରୁଥିବା ଲୋକ ଅଛନ୍ତି। ଏମାନଙ୍କ ଭିତରୁ କେଉଁ ପକ୍ଷ ଜିତିବେ ତାହା ଜୁନ୍ ୪ତାରିଖରେ ସ୍ପଷ୍ଟ ହୋଇଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ