Masthead

ପୋଲିସର ଦବଙ୍ଗଗିରି

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଖାକିରେ ଲାଲିଲା କଳଙ୍କର ଛିଟା । ରାତି ଅଧରେ ଘରେ ପଶି ଲୋକଙ୍କୁ ପିଟିଲା ପୋଲିସ । କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ୨ନମ୍ବର ୱାର୍ଡରୁ ଆସିଛି ଏଭଳି ଅଭିଯୋଗ । ସରୋଜ ମୁଣ୍ଡା ଏବଂ ମୁନା ଓରାମଙ୍କ ନାମରେ ବୁଲେଟ ଚୋରିର ଅଭିଯୋଗ ଆସିଥିଲା । ପୋଲିସ ସରୋଜକୁ ତା’ଘରୁ ଉଠାଇ ନେଇଥିଲା । ମୁନାକୁ ନପାଇବାରୁ ପୁଣିଥରେ ରାତି ଅଧରେ ଆସିଥିଲା । ୱାର୍ଡ଼ର ସମସ୍ତଙ୍କ ଘରେ ରାତି ଅଧରେ ପଶି ପୁଲିସ ଖୋଜାଖୋଜି କରିଥିଲା । ନପାଇବାରୁ ଲୋକଙ୍କୁ ମନଇଛା ମାଡ଼ ମାରିଥିଲା ପୁଲିସ ।

ବିଧବା ମହିଳା ମୀନା ମୁଣ୍ଡାଙ୍କ ଘରେ ପୋଲିସ ପଶି ତାଙ୍କୁ ମାଡ଼ ମାରିଥିଲା । କାକୁତି ମିନତି ହୋଇଥିଲେ ସୁଦ୍ଧା ପୋଲିସ ତାଙ୍କ ଗୁହାରି ଶୁଣିନଥିଲା । ମୀନାଙ୍କ ଗୋଡ଼ ହାତକୁ ମାରି ଫଟେଇ ଦେଇଛି ପୋଲିସ । ମୀନାଙ୍କ ପଡିଶା ଘରେ ରହୁଥିବା ଛାତ୍ରମାନେ ମଧ୍ୟ ପୋଲିସ ମାଡ଼ର ଶିକାର ହୋଇଛନ୍ତି । ଯୋଡ଼ା ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ଥାନା ଅଧିକାରୀ କହିଛନ୍ତି କେନ୍ଦୁଝର ସଦର ପୋଲିସ ଷ୍ଟାପ୍ ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ