Masthead

ଜନସଂଖ୍ୟା ନୀତି ଉପରେ ବିଚାର କରାଯାଉ: ମୋହନ ଭାଗବତ

ନାଗପୁର(ବଡ଼ ଖବର ବ୍ୟୁରୋ):   ଆଜି ହେଉଛି ବିଜୟା ଦଶମୀ ତଥା ଆରଏସଏସ ର ପ୍ରତିଷ୍ଠା ଦିବସ । ତେବେ ଏହି ଅବସରରେ ଆରଏସଏସର ମୁଖ୍ୟ ମୋହନ ଭାଗବତ ପାକିସ୍ତାନ ଓ ଚାଇନାକୁ ଟାର୍ଗେଟ କରିଛନ୍ତି । ନାଗପୁର ସ୍ଥିତ ଆରଏସଏସର ମୁଖ୍ୟାଳୟରେ ଉଦବୋଧନ ଦେବା ବେଳେ ତାଲିବାନ ସମ୍ଭବତଃ ବଦଳି ଯାଇପାରେ ବୋଲି ସେ କହିଛନ୍ତି । ତଥାପି ଭାରତ ତାଲିବାନ ପ୍ରତି ସତର୍କ ରହିବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ଏହା ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ପାଇଁ ଉଚିତ ବୋଲି ମୋହନ ଭାଗବତ କହିଛନ୍ତି ।

ସେ ଆହୁରି କହିଛନ୍ତି, କିଛି ଲୋକ କହୁଛନ୍ତି ତାଲିବାନ ଏବେ ବଦଳି ଯାଇଛି । ଆଉ କିଛି କିଛି ଲୋକ କହୁଛନ୍ତି ତାଲିବାନ ମାନସିକତା ବଦଳିନି । ତେବେ ତାଲିବାନର ଇତିହାସ ସମ୍ପର୍କରେ କେହି ଜାଣିନାହାଁନ୍ତି । ଏ ନେଇ ଭାରତକୁ କଡା ସତର୍କତା ଅବଲମ୍ବନ କରିବାକୁ ହେବ । ଦେଖିବାକୁ ଗଲେ ସମ୍ଭବତଃ ତାଲିବାନ ବଦଳି ଯାଇପାରେ କିନ୍ତୁ ଚାଇନା ଓ ପାକିସ୍ତାନ କେବେ ବଦଳିବେ ନାହିଁ ।

ସୂଚନା ଅନୁସାରେ ଆଜି ବି ପାକିସ୍ତାନ ଓ ଚାଇନା ତାଲିବାନ ସପକ୍ଷରେ । ଅନେକ ସମୟରେ ସେମାନେ ତାଲିବାନର ଓକିଲାତି କରୁଥିବା ଦେଖିବାକୁ ମିଳିଛି । ତେଣୁ ଆମକୁ ସୀମାର ସୁରକ୍ଷା ପ୍ରତି ଅଧିକ କଡାକଡି ପଦକ୍ଷେପ ନେବାକୁ ପଡିବ । ଏହି ଅବସରରେ ସେ ଓଟିଟି ଓ ଜନସଂଖ୍ୟା ନୀତି ଉପରେ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି, ମହାମାରୀ ବ୍ୟାପିବା ପରେ ଛୋଟ ପିଲାମାନେ ବି ମୋବାଇଲ ଧରିବା ଆରମ୍ଭ କରିଦେଲେଣି । ପିଲାମାନେ ଏହି ମୋବାଇଲ ଧରି କଣ ଦେଖୁଛନ୍ତି । କଣ ଶିଖୁଛନ୍ତି ଏଥିରେ କାହାର କିଛି ନିୟନ୍ତ୍ରଣ ନାହିଁ । ଆଗକୁ ପିଲାମାନଙ୍କ ଭବିଷ୍ୟତ କଣ ହେବା ତାହା ଏବେଠୁ ସ୍ପଷ୍ଟ ହୋଇଯାଉଛି । ପିଲାମାନଙ୍କ ଉପରେ ଏ କ୍ଷେତ୍ରରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।

ସେ କହିଛନ୍ତି ସରକାରଙ୍କୁ ସବୁ କଥାରେ ଆପକ୍ଷା କରାଯାଇପାରିବ ନାହିଁ । ତେଣୁ ନିଜେ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଜନସଂଖ୍ୟା ନୀତି ଉପରେ ସେ ବିଚାର କରି କହିଛନ୍ତି ଯେ, ଆମକୁ ଆସନ୍ତା ୫୦ ବର୍ଷ ପାଇଁ ଜନସଂଖ୍ୟା ନୀତି ପ୍ରସ୍ତୁତ କରିବାକୁ ହେବ । ଜନସଂଖ୍ୟା ନୀତି ଉପରେ ପୁଣି ବିଚାର କରିବାର ସମୟ ଆସିଛି ବୋଲି ମୋହନ ଭାଗବତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି