Masthead

ଭାରତ ଉପରେ ଆକ୍ରମଣ କରିବ ଚୀନ୍!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ଚୀନ୍ । ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟରେ ବଡ଼ ଖୁଲାସା । ଏଲଏସି ନିକଟରେ ଏବେ ଉଭୟ ଚୀନ ଓ ଭାରତ ସେନା ସଂଖ୍ୟା ବଢାଇବାରେ ଲାଗିଛନ୍ତି । ଦୁଇ ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର ପରସ୍ପରକୁ ଟକ୍କର ଦେବାକୁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା ତାର ବାର୍ଷିକ ରିପୋର୍ଟରେ ବଡ଼ ଖୁଲାସା କରିଛି ।

ରିପୋର୍ଟରେ କୁହାଯାଇଛି, ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ବଢୁଥିବା ସ୍ଥିତିରେ ଆମେରିକାର ନାଗରିକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିପାରେ ଓ ଉଭୟ ଦେଶ ଆମେରିକାର ହସ୍ତକ୍ଷେପ ମାଗି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ତାର ରିପୋର୍ଟରେ କହିଛି ।୨୦୨୦ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଘାତକ ସଂଘର୍ଷ କାରଣରୁ ଉଭୟ ଦେଶ ମଧ୍ୟରେ ଶତ୍ରୁତା ସଂପର୍କ ରହିବ । ସେପଟେ ଉଭୟ ଦେଶ ଏହି ସମସ୍ୟାର ସମାଧାନ ପାଇଁ ଲଗାତର ଦ୍ୱୀପାକ୍ଷିକ ଆଲୋଚନା କରିବା ସହ କିଛି ସମସ୍ୟା ଉପରେ ସହମତି ମଧ୍ୟ ହୋଇଛି । ରିପୋର୍ଟ ଅନୁସାରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ଲାଗିରହିଥିବା ଛୋଟ ଛୋଟ ସଂଘର୍ଷ କୌଣସି ସମୟରେ ବଡ଼ ସଂଘର୍ଷର ରୂପ ନେଇପାରେ ।

ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ପୂର୍ବ ଲଦାଖରେ ୩୦ମାସ ହେବ ଛୋଟ ଛୋଟ ସଂଘର୍ଷ ଦେଖିବାକୁ ମିଳିଛି । ପେଙ୍ଗାଙ୍ଗ ହିଲ ଅଞ୍ଚଳରେ ହୋଇଥିବା ସଂଘର୍ଷ ପରେ ୨୦୨୦ ମେ’୫ ତାରିଖରେ ପୂର୍ବ ଲଦାଖ ସୀମାର ଗଲୱାନ ଘାଟି ନିକଟରେ ଦୁଇଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ