Masthead

ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ୍ । ଏଭଳି ସୂଚନା ଦେଇଛନ୍ତି ଆଇସିଏମଆର ଡିଜି। ଦେଶରେ ସେରୋ ସର୍ଭେ ପରେ ଏଭଳି ସୂଚନା ଦେଇଛନ୍ତି । କହିଛନ୍ତି, ଯଦି ସ୍କୁଲ ଖୋଲିବା ଉପରେ ବିଚାର କରାଯିବ, ତେବେ ପ୍ରଥମେ ଦେଶରେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ୍ । ସ୍ୱାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ବୟସ୍କଙ୍କ ତୁଳନାରେ ପିଲାଙ୍କ ଠାରେ ସଂକ୍ରମଣକୁ ସହିବାର ଶକ୍ତି ଅଧିକ ରହିଛି । ସିରୋ ସର୍ଭେରୁ ଜଣାପଡିଛି ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବେଶ ଭଲ ରହିଛି ।

ସବୁ ପ୍ରକାର ବ୍ୟବସ୍ଥା କରାଯିବା ପରେ, ସ୍କୁଲ ଖୋଲାଯାଇବ ପାରିବ । ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବ କୁହାଯାଉଥିବା ବେଳେ ଆଇସିଏମଆର ଡିଜିଙ୍କ ଏଭଳି ସୂଚନା ଚିନ୍ତାଜନକ । ଛୋଟ ପିଲାମାନେ କରୋନା ସଂକ୍ରମଣକୁ ଉଚିତ ମୁକାବିଲା କରିପାରିବେ । ଅର୍ଥାତ, ଆଇସିଏମଆର କହିବାକୁ ଚାହୁଁଛି ଯେ ଏବେ ଛୋଟ ପିଲାଙ୍କୁ ନେଇ ଆଶଙ୍କା କରିବାର ବିଶେଷ କିଛି କାରଣ ନାହିଁ । ତେବେ ଡିଜି ବଳରାମ ଭାର୍ଗବ କହିଛନ୍ତି, ସ୍କୁଲର ସମସ୍ତ କର୍ମଚାରୀଙ୍କୁ ଟିକା ଦେବା ପରେ ହିଁ ଏ କଥା ବିଚାର କରିବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ