ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ପ୍ରଥମେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ୍ । ଏଭଳି ସୂଚନା ଦେଇଛନ୍ତି ଆଇସିଏମଆର ଡିଜି। ଦେଶରେ ସେରୋ ସର୍ଭେ ପରେ ଏଭଳି ସୂଚନା ଦେଇଛନ୍ତି । କହିଛନ୍ତି, ଯଦି ସ୍କୁଲ ଖୋଲିବା ଉପରେ ବିଚାର କରାଯିବ, ତେବେ ପ୍ରଥମେ ଦେଶରେ ପ୍ରାଇମେରୀ ସ୍କୁଲ ଖୋଲିବା ଉଚିତ୍ । ସ୍ୱାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ବୟସ୍କଙ୍କ ତୁଳନାରେ ପିଲାଙ୍କ ଠାରେ ସଂକ୍ରମଣକୁ ସହିବାର ଶକ୍ତି ଅଧିକ ରହିଛି । ସିରୋ ସର୍ଭେରୁ ଜଣାପଡିଛି ପିଲାଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବେଶ ଭଲ ରହିଛି ।

ସବୁ ପ୍ରକାର ବ୍ୟବସ୍ଥା କରାଯିବା ପରେ, ସ୍କୁଲ ଖୋଲାଯାଇବ ପାରିବ । ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବ କୁହାଯାଉଥିବା ବେଳେ ଆଇସିଏମଆର ଡିଜିଙ୍କ ଏଭଳି ସୂଚନା ଚିନ୍ତାଜନକ । ଛୋଟ ପିଲାମାନେ କରୋନା ସଂକ୍ରମଣକୁ ଉଚିତ ମୁକାବିଲା କରିପାରିବେ । ଅର୍ଥାତ, ଆଇସିଏମଆର କହିବାକୁ ଚାହୁଁଛି ଯେ ଏବେ ଛୋଟ ପିଲାଙ୍କୁ ନେଇ ଆଶଙ୍କା କରିବାର ବିଶେଷ କିଛି କାରଣ ନାହିଁ । ତେବେ ଡିଜି ବଳରାମ ଭାର୍ଗବ କହିଛନ୍ତି, ସ୍କୁଲର ସମସ୍ତ କର୍ମଚାରୀଙ୍କୁ ଟିକା ଦେବା ପରେ ହିଁ ଏ କଥା ବିଚାର କରିବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!