Masthead

ଘରୋଇ ବସ ସଂଘ ପକ୍ଷରୁ ଚେତାବନୀ: ନଭେମ୍ବର ୧୬ରୁ ବନ୍ଦ ରହିବ ଘରୋଇ ବସ ଚଳାଚଳ

(ବଡ଼ ଖବର ବ୍ୟୁରୋ)  ଲୋକଙ୍କୁ ମିଳୁନି ଆଶ୍ୱସ୍ତି । ଲଗାତାର ବଢ଼ିଚାଲିଛି ତୈଳ ଦର । ଯାହା ଥମିବାର ନାଁ ନଉନି । ଏପରି ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି । ଏ ନେଇ ରାଜ୍ୟ ଘରୋଇ ବସ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

ତେଲ ଦର କମ କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ଏ ନେଇ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦିଆଯାଇଛି । ଏହାରି ଭିତରେ ତେଲ ଦର ନ କମିଲେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । ଏ ନେଇ ଘରୋଇ ବସ୍ ସଂଘର ସମ୍ପାଦକ କହିଛନ୍ତି । ସେ କହିଛନ୍ତି , ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଦର ବୃଦ୍ଧି ଯୋଗୁ ବସ ଗୁଡ଼ିକ କ୍ଷତିରେ ଚାଲିଛ । ତେଲ ଦର ହ୍ରାସ କରିବା ପାଇଁ ଆମେ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଉଛୁ । ସରକାର ଆମ ଦାବି ନ ଶୁଣିଲେ ବସ ଚଳାଚଳ ବନ୍ଦ ରହିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ