Masthead

ପଞ୍ଚଶିରକୁ ଆଗଉଛି ତାଲିବାନ, ରିଲାକ୍ସ ମୁଡରେ ନେତା ଖେଳୁଛନ୍ତି ଭଲିବଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ପଞ୍ଚଶିର ଅଭିମୁଖେ ତାଲିବାନ । ଆଜିଠାରୁ ତାଲିବାନ ଆରମ୍ଭ କରିଛି ପଞ୍ଚଶିର ଦଖଲ ଅଭିଯାନ । ଏହାମଧ୍ୟରେ ଅଶରଫ ଘନି ସରକାରରେ ଉପ ରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ତାଲିବାନ ପଞ୍ଜଶିର ଦଖଲ କରିବାକୁ ବାହାରିଥିବା ବେଳେ ଅମରୁଲ୍ଲା କିନ୍ତୁ ବେଶ ରିଲାକ୍ସ ମୁଡରେ ଅଛନ୍ତି।

ଏବେ ସେ ତାଲିବାନ ବିରୋଧୀ ସଦସ୍ୟଙ୍କ ସହ ଭଲିବଲ ଖେଳୁଥିବା ଦେଖିବାକୁ ମିଳିଛି। ଆଫଗାନିସ୍ତାନରେ ତାଲିବାନକୁ ବିରୋଧ କରିବା ପାଇଁ ଦେଶର କିଛି ସେନା ଯବାନ ଅମରୁଲ୍ଲାଙ୍କ ସହ ହାତ ମିଳାଇଛନ୍ତି। ସେମାନଙ୍କ ସହ ସ୍ଥାନୀୟ ମିଲିସିଆ ମଧ୍ୟ ରହିଛନ୍ତି। ଏହି ବିରୋଧୀ ସଂଗଠନର ନେତୃତ୍ୱ ଆଣ୍ଟି ସୋଭିଏତ ମୁଜାହିଦିନ କମାଣ୍ଡର ଦିବଂଗତ ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦ ନେଉଛନ୍ତି।

ସେ ପଞ୍ଜଶିରରେ ନିଜର ସ୍ୱତନ୍ତ୍ର ସଂଗଠନ ଗଠନ କରି ତାଲିବାନ ବରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଅମରୁଲ୍ଲା ବେଶ ଖୁସି ମିଜାଜରେ ଭଲିବଲ ଖେଳୁଛନ୍ତି। ପଞ୍ଜଶିର ଉପତ୍ୟକାରେ ହିଁ ସେ ରହିଛନ୍ତି। ଭିଡିଓରେ ଦୁଇ ଜଣ ବନ୍ଧୁକଧାରୀ ଭଲିବଲ କୋଟ୍‌ରେ ଛିଡ଼ା ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା