Masthead

ଆଇନ ବିଭାଗରୁ ଗାଏବ ଫାଇଲ ମିଳିଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମିଳିଲା ଆଇନ ବିଭାଗରୁ ଗାଏବ ଫାଇଲ । ରାଜ୍ୟ ଆଇନ ବିଭାଗରୁ ଫାଇଲ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗ ପକ୍ଷରୁ ଏହାର ବିଭିନ୍ନ ସେକ୍ସନକୁ ଚିଠି କରାଯାଇଥିଲା । ଶ୍ରୀମନ୍ଦିର ପରିଚାଳନା କମିଟିକୁ ମନୋନୀତ ହେଉଥିବା ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ରାଜ୍ୟ ଆଇନ ବିଭାଗକୁ ପଠାଯାଇଥାଏ । ଏହି ତାଲିକା ଆଇନ ବିଭାଗରୁ କୁଆଡେ ଗାଏବ ହୋଇଯାଇଥିଲା । ତେବେ ଏହି ଫାଇଲ ମିଳିବା ପରେ ଖୁବଶୀଘ୍ର ହାଇକୋର୍ଟରେ ଦାଖଲ ହେବ ବୋଲି ସୂଚନା ମିଳିଛି । ଓଡ଼ିଶା ହାଇକୋର୍ଟରେ ଖୁଣ୍ଟିଆ ନିଯୋଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା ।

ଅଭିଯୋଗରେ କୁହାଯାଇଥିଲା ଯେ ଶ୍ରୀମନ୍ଦିର ପରିଚାଳନା କମିଟିକୁ କେବଳ କିଛି ନିର୍ଦ୍ଦିଷ୍ଟ ନିଯୋଗ ସେବାୟତମାନେ ବାରମ୍ବାର ମନୋନିତ ହେଉଛନ୍ତି । ନିୟମ ରହିଛି, ପରିଚାଳନା କମିଟିକୁ ଯଦି ୫ ଜଣ ସଦସ୍ୟ ମନୋନୀତ ହେବେ ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କୁ ୧୦ ଜଣଙ୍କ ନାମ ପ୍ରସ୍ତାବ ଦେବେ । ସେଥିରୁ ୫ ଜଣଙ୍କ ନାଁ ରାଜ୍ୟ ସରକାର ଅନୁମୋଦନ କରି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଠାଇବେ । ହାଇକୋର୍ଟ ମାମଲାରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ୨୦୧୧, ୨୦୧୪, ୨୦୧୮ ଏବଂ ୨୦୨୧ରେ କେଉଁ ସେବାୟତଙ୍କ ନାମ ତାଲିକା ଯାଇଛି ତାହା ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସକ ୨୦୧୮ ଏବଂ ୨୦୨୧ର ତାଲିକା ଦେଇଥିବା ବେଳେ ୨୦୧୧ ଏବଂ ୨୦୧୪ର ତାଲିକା ଦେଇ ପାରିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର