Masthead

ମ୍ୟାଚ ଦେଖିଲେ ୧୧ ହଜାରରୁ ଅଧିକ ଦର୍ଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ କାତାରର ଚମକ ଦେଖିବାକୁ ମିଳିଛି । ଫିଫା ବିଶ୍ୱକପ-୨୦୨୬ ଓ ଏଏଫସି ଏସିଆନ କପ୍୨୦୨୭ ଦ୍ୱିତୀୟ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟ ଦ୍ୱିତୀୟମ୍ୟାଚରେ ଭାରତ ପରାଜିତ ହୋଇଛି । ମଙ୍ଗଳବାର ଗ୍ରୁପର ଖେଲାଯାଇଥିବା ମ୍ୟାଚରେ କାତାର ୩-୦ ଗୋଲରେ ଭାରତକୁ ପରାସ୍ତ କରିଛି । କାତାର ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ଗ୍ରୁପ ଶୀର୍ଷରେ ରହିଥିବା ବେଳେ । ଭାରତ ସମାନ ସଂଖ୍ୟକ ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚରେ ୧-୦ ଗୋଲରେ କୁଏତକୁ ପରାସ୍ତ କରିଥିବା ଭାରତ ଦ୍ୱିତୀୟ ମ୍ୟାଚ ଘରୋଇ ଗ୍ରାଉଣ୍ଡରେ ଖେଳିଥିଲା ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ଦେଖିବା ପାଇଁ ୧୧ ହଜାରରୁ ଉଦ୍ଧ୍ୱର୍ ଦର୍ଶକ ଏକାଠି ହୋଇଥିଲେ । ଦର୍ଶକମାନଙ୍କ ମଧ୍ୟରେ ଏହି ମ୍ୟାଚକୁ ନେଇ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ଦର୍ଶକଙ୍କ ଗହଣରେ କଳିଙ୍ଗ ଷ୍ଟାଡିୟମ ପରିପୂର୍ଣ୍ଣ ହୋଇଯାଇଥିଲା ୧୧ହଜାର ୩୦୦ ଦର୍ଶକ ମ୍ୟାଚକୁ ଉପଭୋଗ କରିଥିଲେ । ମ୍ୟାଚରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ଦର୍ଶକ ଏକ ଅନ୍ତର୍ଜାତୀୟ ମ୍ୟାଚର ମଜା ନେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ