Masthead

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ । ପଶ୍ଚିମାଝଡ ପ୍ରଭାବରେ କାଲିଠୁ ମେଘୁଆ ରହିଛି ପାଗ । ଆଜିଠୁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଉପକୂଳ ରାଜ୍ୟରେ ଘଡଘଡି ବିଜୁଳି ସହିତ ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସହିତ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ । ଓଡ଼ିଶାରେ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାିଛି ।

ଗାଙ୍ଗେୟ ପଶ୍ଚିମବଙ୍ଗ ତଥା ହିମାଳୟ ପାଦଦେଶରୁ ଦକ୍ଷିଣ ଓଡ଼ିଶା ଯାଏଁ ଲମ୍ବିଛି ନିମ୍ନଚାପ ରେଖା । ଆଗକୁ ଏହା ଓଡ଼ିଶାର ଆହୁରି ନିକଟତର ହେବ । ଫଳରେ ପଶ୍ଚିମାଝଡର ଅଧିକ ଅନଭୂତ ହେବ । ଭୂମଧ୍ୟ ସାଗରରୁ ବାୟୁମଣ୍ଡଳର ମଧ୍ୟଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ପଶ୍ଚିମାଝଡ଼ ଆସେ । ଏହି ପବନ ପଶ୍ଚିମରୁ ପୂର୍ବ ଆଡ଼କୁ ପ୍ରବାହିତ ହେଉଥିବାରୁ ଏହାକୁ ପଶ୍ଚିମା ଝଡ କୁହାଯାଏ । ଏହି ଘୂର୍ଣ୍ଣିବଳୟ ବା ନିମ୍ନ ଚାପରେଖା ଦକ୍ଷିଣ ଅକ୍ଷାଂଶ ଆଡ଼କୁ ଗତି କଲେ ଓଡ଼ିଶା ଉପରେ ପ୍ରଭାବ ପକାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ