Masthead

ହାପି ବାର୍ଥ ଡେ ବିରାଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ପାଶ୍ଚାତ୍ ଧାବନରେ ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍‌ରେ ଆଇସିସି କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ନିଜ ନାମରେ କରିସାରିଛନ୍ତି । ଉଦୀୟମାନ ତାରକାରୁ ସେ ଆଜି ଲିଜେଣ୍ତ ହୋଇପାରିଛନ୍ତି । ନିଜ ନିଷ୍ଠା ବଳରେ ସେ ବିଶ୍ୱ କ୍ରିକେଟକୁ ପରାସ୍ତ କରି କିଙ୍ଗର ଗାଦିରେ ବସି ସାରିଛନ୍ତି । କ୍ରିକେଟ ଜଗତର ସେ କିଙ୍ଗ । କିଙ୍ଗ କୋହଲି..ବିରାଟ କୋହଲି ।

୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ଖୁବ୍ କମ୍ ବୟସରେ ଆରମ୍ଭ କରିଥିଲେ କ୍ରିକେଟ ଖେଳ । ସାମାନ୍ୟ ମଧ୍ୟବିତ୍ତ ଘରୁ ଆସି ପୂରା ବିଶ୍ୱରେ ନାମ କମାଇ ପାରିଥିବା ନାଁ ହେଉଛି ବିରାଟ । ପ୍ରତିଟି ପ୍ରଂଶକଙ୍କ ହୃଦୟରେ କରୁଛନ୍ତି ରାଜ୍ । ନାମ ପାଇବାକୁ କେତେ ଯେ ସଂଘର୍ଷ କରିବାକୁ ପଡ଼ିଥିବ, ତାହା କେବଳ ସଂଘର୍ଷ କରିଥିବା ବ୍ୟକ୍ତି ହିଁ ଜାଣିଥିବ । ଦିଲ୍ଲୀର ଏକ ଛୋଟ ପିଲା ନିଜ ପରିଶ୍ରମ ବଳରେ ଆଜି ସେ ଏତେ ବଡ଼ ହୋଇପାରିଛି ଯେ, କେବଳ ଦେଶ ନୁହେଁ ପୂରା ବିଶ୍ୱ ଦିୱାନା ପାଲଟି ଯାଇଛି । ଯୁବାବସ୍ଥାରେ ଯେତେବେଳେ ସେ ନିଜ ଦିଲ୍ଲୀ ଟିମ୍ ପକ୍ଷରୁ ଖେଳୁଥିଲେ, ସେତେବେଳେ ପିତାଙ୍କ ଦେହାନ୍ତ ଖବର ପାଇଥିଲେ କୋହଲି । ତଥାପି ହାରି ଯାଇନଥିଲେ ବିରାଟ । ଦମଦାର ପ୍ରଦର୍ଶନ କରି ନିଜ ଦଳକୁ ଜିତାଇଥିଲଲେ ।

ନିଜ ପିତାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ପ୍ରଥମ ପାଦ ରଖିଥିଲେ । ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବିରାଟ । ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି ସେ । ପରେ ପରେ ସେ ଭାରତୀୟ ଟ-୧୯ ଟିମ୍ରେ ସିଲେକ୍ଟ ହୋଇଥିଲେ । ୱାର୍ଲ୍ଡ କପ୍ ପାଇଁ ତାଙ୍କୁ କ୍ୟାପଟେନ୍ କରାଯାଇଥିଲା । ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍ ଜିତିଥିଲା ଭାରତର ଜୁନିଅର୍ ଟିମ୍ । ପରେ ପରେ ୨୦୦୮ ରେ ଦିନିକିଆରେ ସ୍ଥାନ ପାଇଲେ ବିରାଟ ।

୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ବିରାଟ ନିଜ ଯାଦୁରେ ସମସ୍ତଙ୍କୁ ଚକିତ କରିସାରିଥିଲେ । ଏହି ଗୋଟିଏ ଦଶନ୍ଧିରେ ସେ କୋହଲିରୁ ପାଲଟିଥିଲେ କିଙ୍ଗ କୋହଲି । ଦିନିକିଆରେ ସଚିନଙ୍କ ପରେ ସେ ଦ୍ୱିତୀୟ ସର୍ବାଧିକ ଶତକ ହାସଲ କରିଛନ୍ତି । ନିଜର କଠୋର ପରିଶ୍ରମ, ସଂଘର୍ଷ ତଥା ଅଧ୍ୟବସାୟ ଦ୍ୱାରା ସେ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ପାରିଛନ୍ତି । ଆଜି ସେହି ମହାନ କ୍ରିକେଟରଙ୍କ ଜନ୍ମଦିନ ଅବସରରେ ବଡ଼ ଖବର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ