Masthead

ଯଦି ମୁଁ ଅପଶଦ୍ଦ ବ୍ୟବହାର କରିଛି ବିଜେପି ପ୍ରମାଣ ଦେଉ: ଦାନିଶ ଅଲ୍ଲୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପି ସାଂସଦ ରମେଶ ବିଧୁରୀ ଲୋକସଭାରେ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଅଶ୍ଳୀଳ ଭାଷା ବ୍ୟବହାର କରିବା ପରେ ଏହି ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ବିଜେପି ଅଭିଯୋଗ କରିଛି ଯେ ଦାନିଶ ଅଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ, ଯେଉଁଥିପାଇଁ ବିଧୁରୀ ନିଜର ଅପା ହରାଇଥିଲେ। ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ଲୋକସଭାରେ ଆଲୋଚନା ବେଳେ ଏହି ବିବାଦ ଘଟିଥିବା ବେଳେ ସେ ସେଠାରେ ଥିଲେ।

ସେ କହିଛନ୍ତି ପିଏମ ମୋଦି ଏକ ଗରିବ ପରିବାରର, ତେଣୁ ଦାନିଶ ଅଲ୍ଲୀ କ୍ରମାଗତ ଭାବରେ ତାଙ୍କ ବିରୁଦ୍ଧରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିଲେ। ସେ ପିଏମ ମୋଦୀଙ୍କୁ ଘୃଣ୍ୟ ବୋଲି କହିଛନ୍ତି। ତେବେ ବିଜେପିର ଏହି ଅଭିଯୋଗକୁ ଦାନିଶ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି।

ସେ କହିଛନ୍ତି ଯେ ବିଜେପି ନେତାମାନେ ଆରଏସଏସ ନେତାମାନଙ୍କ ଠାରୁ ତାଲିମ ନେଇଛନ୍ତି ଯେ ସେମାନେ ଗୋଟେ ମିଛକୁ ଶହେ କୁହ ଯାହା ଏହା ସତ ଲାଗିବ । ଦାନିଶ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ଯଦି ସେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୌଣସି ପ୍ରକାରର ଅପମାନଜନକ ଭାଷା କହିଛନ୍ତି, ତେବେ ବିଜେପି ମଧ୍ୟ ଏହାର ପ୍ରମାଣ ସାମ୍ନାକୁ ଆଣିବା ଉଚିତ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ