ସର୍ବାଧିକ ଛୁଆଥିଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି, ଜାଣନ୍ତୁ କେଉଁଠି?

ମିଜୋରାମ(ବଡ଼ ଖବର ବ୍ୟୁରୋ): ଅଧିକ ଛୁଆ ଥିଲେ ମିଳିବ୧ଲକ୍ଷ ଟଙ୍କା । ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ମିଜୋରାମରେ ଜଣେ ମନ୍ତ୍ରୀ ଘୋଷଣା କରିଛନ୍ତି ଏହି ପ୍ରୋତ୍ସାହନ ରାଶି । ମିଜୋରାମର କ୍ରୀଡ଼ାମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀରେ ଯେଉଁ ଦମ୍ପତିମାନେ ସର୍ବାଧିକ ସନ୍ତାନ କରିବେ ସେମାନଙ୍କୁ ୧ଳକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଘୋଷଣା କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ରବର୍ଟ ରୋମଓ୍ୱିଆ ରୋୟତେ । ତେବେ ନିଜ ଘୋଷଣାରେ ସେ ସର୍ବନିମ୍ନ ସନ୍ତାନଙ୍କ ସଂଖ୍ୟା ଉଲ୍ଲେଖ କରିନାହାନ୍ତି । ବିଭିନ୍ନ ରାଜ୍ୟ ସରକାର କମ୍ ସନ୍ତାନ ନେଇ ବିଭିନ୍ନ ଘୋଷଣା କରୁଥିବା ବେଳେ ମିଜୋରାମ ମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଚର୍ଚ୍ଚାର କାରଣ ହୋଇଛି । ମନ୍ତ୍ରୀ କହିଛନ୍ତି, ଆଇଜଲ ଇଷ୍ଟ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ମହିଳା କିମ୍ବା ପୁରୁଷଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ।

ଏହାସହ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ଓ ଏକ ଟ୍ରଫି ପ୍ରଦାନ କରାଯିବ । ହେଲେ ଏହି ପୁରସ୍କାର ରାଶି ରାଜ୍ୟ ପାଣ୍ଠିରୁ ପ୍ରଦାନ କରାଯିବ ନାହିଁ । ବରଂ ତାଙ୍କ ପୁତ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଏକ କନଷ୍ଟ୍ରକସନ କନସଲଟାନ୍ସି ଫାର୍ମରୁ ଏହି ଅର୍ଥ ପ୍ରଦାନ କରାଯିବ । ମିଜୋରାମରେ ମିଜୋ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହା ଚିନ୍ତାର କାରଣ ହୋଇଛି । ଆଉ ମିଜୋ ଜନସଂଖ୍ୟା ବୃଦ୍ଧି କରିବା ଲାଗି ଏପରି ଚିନ୍ତା କରାଯାଇଛି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ଥିଲା ୧୦ ଲକ୍ଷ ୯୧ ହଜାର ୧୪ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!