Masthead

ସବ୍‌ସିଡି ଅର୍ଥ ହେରଫେର ଅଭିଯୋଗରେ ରେମୁଣା ବନ୍ଦ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ରେମୁଣା ବିଜେପି ପକ୍ଷରୁ ରେମୁଣା ବନ୍ଦ ଡାକରା ଦିଆଯାଇଛି । ରେମୁଣାର ପୁର୍ବତନ ବିଧାୟକଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି । ଏକ ଘରୋଇ ସଂସ୍ଥା ଦ୍ୱାରା ସବସିଡି ଅର୍ଥ ହେରଫେର ଅଭିଯୋଗରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦାୟୀ କରି ରେମୁଣା ବିଜେପି ଆଜି ୮ ଘଣ୍ଟିଆ ରେମୁଣା ବନ୍ଦ ଡାକରା ଦେଇଛି । ତେବେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା । ବିଧାୟକ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରେମୁଣାରେ ଜାରି ରହିଥିବା ବିକାଶକୁ ଦେଖି ବିରୋଧୀ ହତୋତ୍ସାହିତ  ହୋଇଯାଇଛନ୍ତି   ।

ସେମାନଙ୍କ ନିକଟରେ କୌଣସି ବାଟ ନାହିଁ ସେଥିପାଇଁ ମତେ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି । ଯେଉଁ ଫାର୍ମରୁ ଟଙ୍କା ଆସିବା କଥା ବିଜେପି କହୁଛି ସେହି ଫର୍ମରେ ମୁଁ ଜଣେ ପାର୍ଟନର । ମୋ ଆକାଉଣ୍ଟକୁ କାହା ଟଙ୍କା ସିଧାସଳଖ ଆସିନାହିଁ । ତେବେ କିଛି ପୂର୍ବତନ ବିଧାୟକ ବିଜେପିକୁ ପରୋକ୍ଷରେ ସହଯୋଗ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରେମୁଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିପୁଳ ବିଜୟ ଦେଖି ବିରୋଧୀମାନେ ଅସହିଷ୍ଣୁ ହୋଇଯାଇଛନ୍ତି । ନିଜର ସ୍ଥିତି ରକ୍ଷା ପାଇଁ ଏଭଳି ନାଟକ ରଚୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଧାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ