Masthead

ସବ୍‌ସିଡି ଅର୍ଥ ହେରଫେର ଅଭିଯୋଗରେ ରେମୁଣା ବନ୍ଦ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ରେମୁଣା ବିଜେପି ପକ୍ଷରୁ ରେମୁଣା ବନ୍ଦ ଡାକରା ଦିଆଯାଇଛି । ରେମୁଣାର ପୁର୍ବତନ ବିଧାୟକଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି । ଏକ ଘରୋଇ ସଂସ୍ଥା ଦ୍ୱାରା ସବସିଡି ଅର୍ଥ ହେରଫେର ଅଭିଯୋଗରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦାୟୀ କରି ରେମୁଣା ବିଜେପି ଆଜି ୮ ଘଣ୍ଟିଆ ରେମୁଣା ବନ୍ଦ ଡାକରା ଦେଇଛି । ତେବେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା । ବିଧାୟକ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରେମୁଣାରେ ଜାରି ରହିଥିବା ବିକାଶକୁ ଦେଖି ବିରୋଧୀ ହତୋତ୍ସାହିତ  ହୋଇଯାଇଛନ୍ତି   ।

ସେମାନଙ୍କ ନିକଟରେ କୌଣସି ବାଟ ନାହିଁ ସେଥିପାଇଁ ମତେ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି । ଯେଉଁ ଫାର୍ମରୁ ଟଙ୍କା ଆସିବା କଥା ବିଜେପି କହୁଛି ସେହି ଫର୍ମରେ ମୁଁ ଜଣେ ପାର୍ଟନର । ମୋ ଆକାଉଣ୍ଟକୁ କାହା ଟଙ୍କା ସିଧାସଳଖ ଆସିନାହିଁ । ତେବେ କିଛି ପୂର୍ବତନ ବିଧାୟକ ବିଜେପିକୁ ପରୋକ୍ଷରେ ସହଯୋଗ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରେମୁଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିପୁଳ ବିଜୟ ଦେଖି ବିରୋଧୀମାନେ ଅସହିଷ୍ଣୁ ହୋଇଯାଇଛନ୍ତି । ନିଜର ସ୍ଥିତି ରକ୍ଷା ପାଇଁ ଏଭଳି ନାଟକ ରଚୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଧାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି