Masthead

ବିଗ୍ ବସ୍-୧୫ରେ ନଜର ଆସିପାରନ୍ତି ରିଆ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗତ ବର୍ଷ ଠାରୁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ସିନେ ଜଗତରେ । ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଟାଣି ହୋଇ ଯାଇଥିଲା । ତା ପରଠାରୁ ସେ କିଛି ନା କିଛି ରିଜିନ୍ କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି । ତେବେ ନିକଟରେ ପୁଣି ଥରେ ରିଆଙ୍କୁ ନେଇ ଚର୍ଚ୍ଚା ହେଉଛି ବଲିଉଡରେ । ସେ କୁଆଡେ ବି ଟାଉନ୍ ର ବିଗ୍ ଶୋ ବିଗ୍ ବସ୍-୧୫ରେ ନଜର ଆସିବାକୁ ଯାଉଛନ୍ତି ।

ସଲମାନ ଖାନ୍ ଙ୍କର ମୋଷ୍ଟ କଣ୍ଣ୍ରୋଭର୍ସିଆଲ ସୋ ବିଗ୍ ବସ୍ କୁ ନେଇ ଏବେ ଫ୍ୟାନ୍ସ ମାନେ ବେଶ୍ ଉତ୍ସାହିତ ରହିଛନ୍ତି । ଖାସ୍ କରି ସୋ ରେ ସବୁବେଳେ ବଲିଉଡର ସେଲିବ୍ରିଟି ମାନେ ନଜର ଆସୁଥିବାରୁ ଦର୍ଶକଙ୍କର ମନରେ କାଫି କ୍ରେଜ୍ ରହିଥାଏ ଏହି ସୋ ପ୍ରତି । ସେଥିପାଇଁ ଏବେ ଏହି ସୋ ଆରମ୍ଭ ହେବା ପୂର୍ବରୁ ହିଁ ସୋ ର ପ୍ରତିଯୋଗୀ ମାନଙ୍କ ବିଷୟରେ ଜାଣିବାକୁ ବେଶ୍ ଏକ୍ସସାଇଟେଡ୍ ରହିଛନ୍ତି ଦର୍ଶକ ।

ଖବର ଅନୁସାରେ ଏହି ସୋ ରେ ଏବେ ରିଆ ଭାଗ ନେବେ ବୋଲି ଶୁଣିବାକୁ ମିଳିଛି । ରିଆ ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେ ଉଭୟଙ୍କୁ ବିଗ୍‌ ବସ୍‌-୧୫ ପାଇଁ ଅଫ୍‌ର ଦିଆଯାଇଥିଲା। ତେବେ ଅଙ୍କିତା ଏଥିପାଇଁ ସଫା ସଫା ମନା କରିଦେଇଥିଲେ। କିନ୍ତୁ ରିଆ ମନା କରିନଥିଲେ। ନିକଟରେ ସେ ବିଗ୍‌ ବସ୍‌ ଷ୍ଟୁଡିଓ ବାହାରେ ନଜର ଆସିଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିଆ ବଡ ପରଦା ଠାରୁ ଦୂରେଇ ରହିଛନ୍ତି। ଏବେ କିନ୍ତୁ ସେ ଧୀରେ ଧୀରେ ଲାଇମ୍‌ ଲାଇଟ୍‌କୁ ଆସୁଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଚେହରେ’ ରିଲିଜ ହୋଇଛି। ଏଥିରେ ଅମିତାଭ ବଚ୍ଚନ, ଇମ୍ରାନ ହାସମୀ ସହ ସେ ନଜର ଆସିଥିଲେ। ରିଆ ଏବେ ନିଜ ଫିଲ୍ମି କ୍ୟାରିଅର ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି