Masthead

ମାସିକ ରୋଜଗାର ୬୦ରୁ ୭୫ ହଜାର ଟଙ୍କା

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): କୋଟିପତି ଭିକାରୀ । ମାଗୁଥିଲେ ଭିକ । ପାଲଟିଗଲେ ଧନୀ ଭିକାରୀ । ଏବେ ବ୍ୟାଙ୍କ ବାଲାନ୍ସରେ ଯୋଡ଼ି ହୋଇଛି କୋଟି କୋଟି ଟଙ୍କା । ପାଲଟିଯାଇଛନ୍ତି ବିଶ୍ୱର ସବୁଠାରୁ ଧନୀ ଭିକାରୀ । ଗୋଟିଏ ପଟେ ପଭର୍ଟି ଲାଇନରେ ଗଣାଯାଉଛି ଭାରତ । ସେପଟେ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି ଭରତ ଜୈନ । ଯାହାଙ୍କର ବାର୍ଷିକ ଆୟ ୭.୫ କୋଟି ଟଙ୍କା । କଥାଟି ଯେତିକି ଆଶ୍ଚର୍ଯ୍ୟକର, ଭରତଙ୍କର କାହାଣୀ ମଧ୍ୟ ସେତିକି ରୋମାଂଚକର ।

ମୁମ୍ବାଇର ଭରତ ଜୈନ । ଆର୍ଥିକ ଅନଗ୍ରସର ପରିବାରରେ ହୋଇଥିଲା ଜନ୍ମ । ହେଲେ ଇଚ୍ଛା ଥିଲା ବଡ଼ ଲୋକ ହେବାର । ଭଲ ପାଠ ପଢି ବଡ଼ ଚାକିରି କରିବାର । ବଡ଼ ମଣିଷ ହେବାର । ହେଲେ ଶିକ୍ଷା ଗ୍ରହଣ ପାଇଁ ହୋଇନଥିଲେ ସମର୍ଥ । ଆର୍ଥିକ ଅନଟନରେ ପରିବାର ଜୁଝୁଥିବା ବେଳେ ଭରତ ଆପଣେଇଥିଲେ ଭିକ୍ଷାବୃତ୍ତିକୁ । ହେଲେ ମନରୁ ପାଶୋରି ନଥିଲେ ବଡ଼ ଲୋକ ହେବାର ଆଶା । ଭିକ ମାଗି ମାସକୁ ରୋଜଗାର କରିଥିଲେ ୬୦ ହଜାରରୁ ୭୫ ହଜାର ଟଙ୍କା । ତାଙ୍କ ନାଁରେ ମୁମ୍ବାଇରେ ୧.୨ କୋଟି ଟଙ୍କା ମୂଲ୍ୟର ଏକ ଦୁଇ ବଖରା ବିଶିଷ୍ଟ ଫ୍ଲାଟ ରହିଛି । ଥାନେରେ ରହିଛି ଦୁଇଟି ଦୋକାନ । ଯାହାର ମାସିକ ଭଡ଼ା ରହିଛି ୩୦ ହଜାର ଟଙ୍କା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏତେ ଧନ ସମ୍ପତ୍ତି ଥାଇ ମଧ୍ୟ ରାସ୍ତାରେ ଭିକ ମାଗୁଛନ୍ତି ଭରତ ଜୈନ । ମୁମ୍ବାଇର ସଡ଼କରେ ଦିନରେ ୧୦ରୁ ୧୨ ଘଂଟା ଭିକ ମାଗିବା ପରେ ସେ ୨ ହଜାରରୁ ୨୫ଶହ ଟଙ୍କା ଆୟ କରୁଛନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱର ସବୁଠାରୁ ଧନି ଭିକାରୀ ତାଲିକାରେ ଭରତ ଜୈନଙ୍କର ପରିବାର ଅଛି । ପିଲାଛୁଆ ଅଛନ୍ତି । କିନ୍ତୁ ସେ ଭିକ ମାଗିବା ପେଶାକୁ ଏଯାଏଁ ଛାଡ଼ିବା ପାଇଁ ରାଜି ନାହନ୍ତି । ତାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ ଉତ୍ତରରେ କୁହନ୍ତି ଯେ, ତାଙ୍କ ଜୀବନ ଭିକ୍ଷାବୃତ୍ତି ପାଇଁ ଉତ୍ସର୍ଗୀକୃତ । ସାଥୀ ଭିକାରୀମାନଙ୍କ ସହ ଭିକ ମାଗିବା ତଥା ଭିକ ଦେଉଥିବା ଲୋକଙ୍କ ସହ କଥାବାର୍ତ୍ତା ହେବା, ତାଙ୍କୁ ଭାବପ୍ରବଣ କରିବା ସହ ଏଥିରେ ନିଜକୁ ବାନ୍ଧି ରଖିବାକୁ ପ୍ରେରଣା ଦିଏ ବୋଲି ଭରତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !