Masthead

ରାତାରାତି କେନ୍ଦ୍ରାପଡ଼ାରୁ କଟକ

କଟକ(ବଡ଼ ଖବର ବ୍ୟୁରୋ): ରାତାରାତି କେନ୍ଦ୍ରପଡ଼ାରୁ କଟକ । ଏସସିବିର ଗଛମୂଳେ ଆନ୍ଦୋଳନକାରୀ । ଖରସ୍ରୋତା ଓ ଭିତରକନିକାର ସୁରକ୍ଷା ପାଇଁ ଦୀର୍ଘ ୧୬ ଦିନ ହେବ ଆମରଣ ଅନସନ କରୁଥିବା ଶ୍ରୀକାନ୍ତ ନାୟକଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଅସୁସ୍ଥତା କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଶ୍ରୀକାନ୍ତ ନାୟକଙ୍କୁ ବୁଧବାର ରାତାରାତି କଟକ ଏସସିବି ସ୍ଥାନାନ୍ତରଣ କରାଯାଇଛି । ମାତ୍ର କଟକ ଏସସିବିରେ ବି ବେଡ ଅଭାବ ଥିବାରୁ ଗଛ ମୂଳେ ପଡ଼ି ରହିଥିଲେ ଶ୍ରୀକାନ୍ତ।

ଏନେଇ ବଡ଼ ଖବରରେ ଖବର ପ୍ରସାରଣ ପରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଜୋର ଜବରଦସ୍ତ ଆଇସିୟୁରେ ଭର୍ତ୍ତି କରିଥିଲେ । କିନ୍ତୁ ଶ୍ରୀକାନ୍ତ ଏହାକୁ ବିରୋଧ କରି ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଭିତରକନିକା ବଂଚାଓ ପାଇଁ ହେଉଥିବା ଯୋଜାନାକୁ ଏମାନେ ସମ୍ପୂର୍ଣ୍ଣ ହେବାକୁ ଦେବେନାହିଁ ବୋଲି କହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭେଷଜ ବିଭାଗର ୧୦୭ ନମ୍ବର ବେଡ୍ରେ ଚିକିତ୍ସିତ ହେଉଥିଲେ ଶ୍ରୀକାନ୍ତ ନାୟକ। ତାଙ୍କ ଅବସ୍ଥା ସେପରି ଗୁରୁତର ନ ଥିବା ବେଳେ ଗତ ରାତିରେ ହଠାତ୍ କିଛି ପୁଲିସ୍ କର୍ମୀ ପହଞ୍ଚି ଏକ ରେଫରାଲ କାଗଜ ଦେଖାଇ ଆପଣଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ।

ଏହାପରେ ଜୋରଜବରଦସ୍ତି ପୁଲିସ ସହାୟତାରେ ୧୦୮ ଆମ୍ବୁଲାନ୍ସ ଡକାଇ ବୁଧବାର ବିଳମ୍ବିତ ରାତ୍ରିରେ ଶ୍ରୀକାନ୍ତଙ୍କୁ କଟକ ପଠାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ସେପଟେ ଖବର ପ୍ରସାରଣ ପରେ ଖୁବଶୀଘ୍ର ସଙ୍ଗେ ସଙ୍ଗେ ତାଙ୍କୁ ଆଇସିୟୁରେ ଭତ୍ତି କରାଯାଇଛି ଏବଂ ଯଥାଶୀଘ୍ର ତାଙ୍କ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଭିତରକନିକା ବଞ୍ଚାଇବାକୁ ଆନ୍ଦୋଳନ ଜାରି ରଖିଥିବା ଶ୍ରୀକାନ୍ତଙ୍କ ପ୍ରତି କେନ୍ଦ୍ରାପଡ଼ା ପ୍ରଶାସନର ଏଭଳି ଆଚରଣକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଶ୍ରୀକାନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ