Masthead

ସାହାଯ୍ୟ କରିବାକୁ ମନ ବଳାଇଛନ୍ତି ରିୟା

ମୁମ୍ବାଇ (ବଡ ଖବର ବ୍ୟୁରୋ): ମହାମାରୀ କରୋନା ପାଦ୍ରୁଭାବ ଦିନକୁ ଦିନ ବଢି ବଢି ଚାଲିଛି । ଏହି ସମୟରେ ଲୋକଙ୍କୁ ସାହାଯ୍ୟ ଏକାନ୍ତ ଅପରିହାର୍ଯ୍ୟ ରହିଛି । ବର୍ତ୍ତମାନ ପରିସ୍ଥିତିରେ କରୋନା ପ୍ରତିରୋଧକର ଘୋର ଅଭାବ ଦେଖାଦେଇଛି । ତେବେ ଏହି ସମୟରେ ସୋସିଆଲ ମିଡିଆ ଲୋକଙ୍କୁ ସାହାଯ୍ୟ କରିବାର ଏକ ଉତ୍ତମ ମାଧ୍ୟମ ପାଲଟିଛି । ଅନେକ ବର୍ତ୍ତମାନ ସାହାଯ୍ୟର ହାତ ବଢେଇବାକୁ ଆଗକୁ ଆସୁଛନ୍ତି । ଅକ୍ସିଜେନ ସିଲିଣ୍ଡର, ଶଯ୍ୟା ଏବଂ ଔଷଧର ଅଭାବ ମଧ୍ୟରେ ଅନେକ ସେଲିବ୍ରିଟିମାନେ ମଧ୍ୟ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି ।

ଏହି ସେଲିବ୍ରିଟି ମାନଙ୍କ ମଧ୍ୟରେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ରିୟା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ଲେଖିଛନ୍ତି ଯେ ଏହି କଠିନ ସମୟରେ ସମସ୍ତେ ଏକ ହେବା ଉଚିତ । ଏହା ମଧ୍ୟ ଲେଖିଛନ୍ତି ଯେ ଯଦି ମୋର କୌଣସି ସାହାଯ୍ୟ ଦରକାର, ତେବେ ମୋତେ ମ୍ୟାସେଜ କରନ୍ତୁ । ରିୟା ଆହୁରି ଲେଖିଛନ୍ତି, ଛୋଟ ହେଉ କିମ୍ବା ବଡ, ସାହାଯ୍ୟ ହେଉଛି ସାହାଯ୍ୟଟ୍ଟ ମୁଁ ଯଦି କୌଣସି କାମରେ ଆସି ପାରିବି ତେବେ ମୋତେ ମେସେଜ କରନ୍ତୁ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀ ସକ୍ରିୟ ନୁହଁନ୍ତି ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା ରିୟାଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ତାଙ୍କ ବିରୋଧରେ ସିବିଆଇ, ଇଡି ଏବଂ ଏନସିବିର ତଦନ୍ତ ଚାଲିଛି । ଗତ ବର୍ଷ ସେପ୍ଟେମ୍ବରରେ ରିୟାଙ୍କୁ ଏନଡିପିଏସ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିଲା । ସେ ପ୍ରାୟ ୧ ମାସ ଜେଲରେ ରହିଥିଲେ ଏବଂ ପରେ ଜାମିନରେ ରିଲିଜ ହୋଇଥିଲେ । ରିୟାଙ୍କୁ ରୁମି ଜାଫ୍ରିଙ୍କ ଆଗାମୀ ଫିଲ୍ମ ‘ଚେହେରେ’ରେ ଦେଖିବାକୁ ମିଳିବ । ଏଥିରେ ତାଙ୍କ ସହିତ ଇମ୍ରାନ୍ ହାଶ୍ମୀ ଏବଂ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ