କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି । ବ୍ୟବସାୟୀ ସୁବାଷ ଅଗ୍ରୱାଲଙ୍କ ଘରେ ଗତ ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ପ୍ରାୟ ୯ ଜଣ ଦୁର୍ବୃତ୍ତ ଘରକୁ ପଶି ମାରଣାସ୍ତ୍ର ଦେଖାଇ ପରିବାର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଘରେ କଳାକାନା ବୁଲାଇଛନ୍ତି । ଘରେ ଥିବା ଆଲମାରୀ ଭାଙ୍ଗି ପ୍ରାୟ ୬ ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା ନେଇ ଚମ୍ପଟ ମାରିଥିବା ଜଣାପଡିଛି। ୯ ଜଣ ଡକାୟତ ହିନ୍ଦୀ ଓ ବିହାରୀ ଭାଷାରେ କଥାବାର୍ତ୍ତା କରୁଥିବା ପରିବାର ଲୋକେ ସୂଚନା ଦେଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।