Masthead

ଆସାଇନମେଣ୍ଟ ଶେଷ କରି ସ୍ଲିପ ମୋଡରେ ରୋଭର ‘ପ୍ରଜ୍ଞାନ’

ସେପ୍ଟେମ୍ବର ୨୨ରେ ସୂର୍ଯ୍ୟଉଦୟ ହେବା ପରେ ପୁଣି କାମ ଆରମ୍ଭ କରିବ ପ୍ରଜ୍ଞାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସ୍ଲିପ ମୋଡରେ ପ୍ରଜ୍ଞାନ । ସେପ୍ଟେମ୍ବର ୨୨ରେ ସୂର୍ଯ୍ୟଉଦୟ ହେବା ପରେ ପୁଣି କାମ ଆରମ୍ଭ କରିବ ରୋଭର । ଗତକାଲି ରୋଭର ପ୍ରଜ୍ଞାନ ତାର ମିଶନ ପୂରା କରିଛି । ଚନ୍ଦ୍ରରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ସମସ୍ତ ତଥ୍ୟ ଲ୍ୟାଣ୍ଡର ବିକ୍ରମ ମାଧ୍ୟମରେ ପୃଥିବୀକୁ ପଠାଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଚନ୍ଦ୍ରପୃଷ୍ଠରେ ଏକ ସୁରକ୍ଷିତ ସ୍ଥାନରେ ସ୍ଲିପ ମୋଡରେ ରୋଭରକୁ ରଖାଯାଇଛି । ଦୁଇଟି ପ୍ଲେ-ଲୋଡ ଏପିଏକ୍ସଏସ୍ ଏବଂ ଏଲଆଇବିଏସକୁ ମଧ୍ୟ ବନ୍ଦ ରଖାଯାଇଛି ।

ତେବେ ସେପ୍ଟମ୍ବର ୨୨ ତାରିଖରେ ଚନ୍ଦ୍ରରେ ପୁଣି ସୂର୍ଯ୍ୟଦୋୟ ହେବାର ଅଛି । ସୂର୍ଯ୍ୟ ଉଦୟ ହେଲେ ଲ୍ୟାଣ୍ଡରରେ ଲାଗିଥିବା ସୋଲାର ପ୍ୟାନେଲ ଗୁଡିକ ଆଲୋକ ଗ୍ରହଣ କରିବ । ଏବଂ ପୁଣି ରୋଭର କାର୍ଯ୍ୟ ଆରମ୍ଭ କରିବ ବୋଲି ଇସ୍ରୋ ଆଶା ରଖିଛି । ଚନ୍ଦ୍ରପୃଷ୍ଠରେ ପ୍ରବଳ ଥଣ୍ଡା ଯୋଗୁଁ ରୋଭର ଯଦି ସ୍ଲିପ ମୋଡରୁ ଫେରିବ ନାହିଁ, ତେବେ ଏହା ଚନ୍ଦ୍ରପୃଷ୍ଠରେ ଭାରତ ଦୂତ ଭାବେ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । କମ ଜୀବନକାଳ ମଧ୍ୟରେ ଶନିବାର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ଗତି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି