Masthead

ମୋ ବାପା ବୋମା ମାଡ଼ କରିଥିଲେ… ମାତ୍ର ଏହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ: ସଚିନ ପାଇଲଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କିଛି ଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଚିନ । ସେ କହିଛନ୍ତି ଅମିତ ମାଲବ୍ୟ ଅଭିଯୋଗ କରିଥିଲେ ଯେତେବେଳେ ରାଜେଶ ପାଇଲଟ ବାୟୁସେନାରେ ଥିଲେ, ସେ ମିଜୋରାମ ଉପରେ ବୋମା ମାଡ଼ କରିଥିଲେ। ଅବଶ୍ୟ ମୋ ବାପା ଜଣେ ଭାରତୀୟ ବାୟୁସେନା ପାଇଲଟ ଥିଲେ ।ସେ ବୋମା ମାଡ଼ କରିଥିଲେ । କିନ୍ତୁ ଆପଣ ଦେଇଥିବା ତଥ୍ୟ ଭୁଲ ଅଟେ। ମୋର ପିତାଙ୍କୁ ସେହି ବର୍ଷ ଅକ୍ଟୋବରରେ ବାୟୁସେନାରେ ନିଯୁକ୍ତ କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଅମିତ ଜୀ! ତୁମର ଭୁଲ ତାରିଖ, ଭୁଲ ତଥ୍ୟ ଅଛି। ହଁ, ଜଣେ ଭାରତୀୟ ବାୟୁସେନା ପାଇଲଟ ଭାବରେ ମୋର ବାପା ବୋମା ମାଡ଼ କରିଥିଲେ କିନ୍ତୁ ଏହା ୧୯୭୧ ମସିହାରେ ହୋଇଥିବା ଇଣ୍ଡୋ-ପାକ ଯୁଦ୍ଧ ସମୟରେ ହିଁ ତତ୍କାଳୀନ ପୂର୍ବ ପାକିସ୍ତାନ ଉପରେ ବୋମା ମାଡ଼ ହୋଇଥିଲା। ମାତ୍ର ଆପଣ ତୁମେ ଦାବି କରୁଥିବା ୫ ମାଚ୍ଚ ୧୯୬୬ରେ ମିଜୋରାମ ଉପରେ ନୁହେଁ । ମୋ ବାପାଙ୍କୁ ୨୯ ଅକ୍ଟୋବର ୧୯୬୬ ରେ ଭାରତୀୟ ବାୟୁସେନାରେ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ସେ କିଭଳି ବୋମା ମାଡ଼ କରିବେ। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ। ଏଭଳି ଭ୍ରାନ୍ତ ତଥ୍ୟ ପ୍ରଦାନ କରିବା ଠିକ ନୁହେଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ