Masthead

ପାରାଦ୍ୱୀପରେ ଆରମ୍ଭ ହେଲା ‘ସାଗର କବଚ-୨’

ପାରାଦ୍ୱୀପ(ବଡ଼ ଖବର ବ୍ୟୁରୋ): ପାରାଦ୍ୱୀପରେ ଆରମ୍ଭ ହେଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୨’ । ଓଡ଼ିଶା ଓ ଓ୍ବେଷ୍ଟବେଙ୍ଗଲ , ଦୁଇଟି ରାଜ୍ୟର ବିଭିନ୍ନ ବିଭାଗ ସାମିଲ ହୋଇଛନ୍ତି ଏହି ମିଳିତ ସମରାଭ୍ୟାସରେ । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ, ଜଳ ପଥରେ ଆତଙ୍କି ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରତ୍ୟେକ ବର୍ଷ ଦୁଇଥର ଏହି ସମରାଭ୍ୟାସ କରାଯାଉଛି।

 

ଏଥିରେ ଗଭୀର ସମୁଦ୍ରରେ ଇଣ୍ଡିଆନ୍ ନ୍ୟାଭି , ସମୁଦ୍ର କୂଳଠାରୁ ୧୦୦ ନଟିକାଲ ଭିତରେ କୋଷ୍ଟଗାର୍ଡ , ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ପଇଁତରା ମାରୁଥିବା ବେଳେ ସମୁଦ୍ର କୂଳ ସ୍ଥଳଭାଗରେ ସିଆଇଏସଏଫ , ପାରାଦ୍ଵୀପ ବନ୍ଦର, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ, ଇମିଗ୍ରେସନ, ବନବିଭାଗ ପ୍ରଭୃତି ୧୮ରୁ ଉର୍ଦ୍ଧ୍ୱ ବିଭାଗ ସାମିଲ ହୋଇଛନ୍ତି। ଉପକୂଳବର୍ତ୍ତୀ ୪୮୦ କିଲୋମିଟର ସମୁଦ୍ର ବେଳାଭୂମିରେ ଚାଲିଛି ଏହି ସମରାଭ୍ୟାସ। ଓଡ଼ିଶା ଓ ଓ୍ବେଷ୍ଟବେଙ୍ଗଲର ବିଭିନ୍ନ ବିଭାଗର ବିଭିନ୍ନ କର୍ମଚାରୀଙ୍କୁ ରେଡ୍ ଓ ବ୍ଲ୍ୟୁ ଦୁଇଟି ଟିମ୍ ରେ ଭାଗ କରାଯାଇଛି। ରେଡ୍ ଟିମ୍ ସମୁଦ୍ର ପଥରେ ଆସି ସ୍ଥଳଭାଗର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଫେକ୍ ବମ୍ ରଖିବେ ଏବଂ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବେ ବ୍ଲ୍ୟୁ ଟିମ୍। ଦୁଇଦିନ ଧରି ଚାଲିବ ଏହି ମିଳିତ ସମରାଭ୍ୟାସ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ