Masthead

ବାଛୁରୀ କ୍ଷୀର ଦେଉଛି: ବିଶ୍ୱାସ ହେଉନି, ପଢନ୍ତୁ ପୂରା ଖବର

ସାଲେପୁର, (ବଡ଼ ଖବର ବ୍ୟୁରୋ): ଛୁଆ ନାହିଁ । ଛୁଆ ଜନ୍ମଦେବାର ବୟସ ମଧ୍ୟ ହୋଇନି କିନ୍ତୁ ଦେଢ଼ବର୍ଷର ବାଛୁରୀ ଦେଉଛି କ୍ଷୀର । ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । କଟକ ଜିଲ୍ଲା ସାଲେପୁର ବ୍ଲକ ବାହାବଳପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ବାହାବଳପୁର ଗାଁର ଜୟୀରାମ ବେହେରାଙ୍କ ଜର୍ସି ବାଛୁରୀ କ୍ଷୀର ଦେଉଛି । ବାଛୁରୀଟି ଦିନକୁ ୨ ଲିଟରରୁ ଅଧିକ କ୍ଷୀର ଦେଉଛି । ଜୟୀରାମଙ୍କ ପରିବାର ଏହି କ୍ଷୀରକୁ ବ୍ୟବହାର କରିବା ସହ ବିକ୍ରି ମଧ୍ୟ କରୁଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ପଶୁସମ୍ପଦ ଅଧିକାରୀ କହିଛନ୍ତି ଯେ, ଦେଶୀ ବ୍ରିଡ଼ କ୍ଷେତ୍ରରେ ଏମିତି ସମ୍ଭବ ହୋଇଥାଏ । । ହାଇବ୍ରିଡ଼ ଗାଈର ବାଛୁରୀ ଗ୍ରୋଥ ହେବା ଦ୍ୱାରା ବିନା ଗର୍ଭରେ କ୍ଷୀର ଦେଇଥାନ୍ତି। ଗୋଟିଏ ଗୋଟିଏ ଜର୍ସି ହାଇବ୍ରିଡ଼ ଗାଈ ଥରେ ଛୁଆ ଦେଲେ ୩ ରୁ୪ବର୍ଷ ମଧ୍ୟ କ୍ଷୀର ଦେଇଥାନ୍ତି । ସେ ଯାହା ବି ହେଉ ବାଛୁରୀ କ୍ଷୀର ଦେବା କଥା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ