Masthead

ମୁକୁଳା ସୀମାରେ ଚାଲିଛି ବାଲି ମାଫିଆଙ୍କ ରାଜ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଥମିବାର ନା ନେଉନି ଚୋରା ବାଲି ଚାଲାଣ । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଧଡ଼କ ଭାବେ ନକଲି କାଗଜ ପତ୍ରରେ ଚାଲିଛି ଚାଲାଣ । ମୁକୁଳା ସୀମାରେ ଚାଲିଛି ବାଲି ମାଫିଆଙ୍କ ରାଜ । ବାଲେଶ୍ବର ଜିଲ୍ଲା ସୀମାନ୍ତ ଭୋଗରାଇ ବ୍ଲକ ଜଳେଶ୍ବର-ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ଉଦୟପୁର ବୋର୍ଡର ପାଲିଟିଛି ଚୋରା ଲଘୁଖଣିଜ ଚାଲାଣ ମୁଖ୍ୟ ରାସ୍ତା । ସୂଚନା ଅନୁଯାୟୀ ପ୍ରତ୍ୟକ ଦିନ ଭଳି ଓଡିଶା ପଟୁ ପଶ୍ଚିମବଙ୍ଗକୁ ଅନେକ ବାଲି ବୋଝେଇ ଗାଡି ଚାଲାଣ ହେଉଥିଲା ବେଳେ ସ୍ଥାନୀୟ ଲୋକେ ଅଟକାଇଥିଲେ।

ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ମେରାଇନ ଥାନା ପହଞ୍ଚି ଦୁଇଟି ଗାଡି ଜବତ କରିବା ସହ ତଦନ୍ତ କରୁଥିବା ଜଣା ପଡ଼ିଛି। ଏହାକୁ ନେଇ ବାଲି ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ବାଲି ମାଫିଆଙ୍କ ପ୍ରତି ପ୍ରଶାସନ ଓ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଏହି ବେଆଇନ କଳା କାରବାରକୁ ରୋକା ଯାଇ ପାରିବି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି