Masthead

ସନ୍ଦେଶଖାଲି ମାମଲା, ଲାଇଭ ରିପୋଟିଂ ବେଳେ ସାମ୍ବାଦିକଙ୍କୁ ଗିରଫ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ସନ୍ଦେଶଖାଲି ମାମଲା । ସବୁ ସୀମା ଡେଇଁଲା ପୋଲିସ୍। ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଉଠାଇ ନେଲା ପଶ୍ଚିମବଙ୍ଗ ପୁଲିସ୍ । ରିପବ୍ଲିକ ବାଙ୍ଗଲା ଟିଭି ସାମ୍ବାଦିକ ସନ୍ତୁ ପନଙ୍କୁ ଗିରଫ କରିଯାଇଛି । ଗତ ସନ୍ଧ୍ୟାରେ ସନ୍ଦେଶଖାଲି ରେ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରିଥିଲେ ସନ୍ତୁ ପନ୍। ସନ୍ଦେଶଖାଲିର ସ୍ଥିତି ସମ୍ପର୍କରେ ଦର୍ଶକଙ୍କୁ ଅବଗତ କରାଉଥିଲେ। ହେଲେ ଏହି ସମୟରେ ପୁଲିସ୍ ଓ ଅନ୍ୟ ଫୋର୍ସ ତାଙ୍କୁ ସେଠାରୁ ଟେକି ନେବା ସହ ତୁରନ୍ତ ଗିରଫ କରିଛନ୍ତି।

ସାମ୍ବାଦିକଙ୍କ ଉପରେ ଏପରି ବ୍ୟବହାରକୁ ନେଇ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ସେପଟେ ସନ୍ତୁ ପନଙ୍କ ନାଁରେ କିଛି ଅଭିଯୋଗ ରହିଛି ଯାହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ପୁଲିସ୍ କହିଛି। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ କରି ରିପବ୍ଲିକ ବାଙ୍ଗଲାର ସିନିୟର ଏଡିଟର ସରନେଲ ସରକାର କହିଛନ୍ତି, ପୁଲିସ୍‌ ଏପରି ପଦକ୍ଷେପ କିପରି ଉଠାଇ ପାରୁଛି ତାହା ବୁଝାପଡ଼ୁନି।

ଟିଏମସି ନେତା ଶାଜାହାନ ଶେଖଙ୍କୁ ଏଯାଏ ପୁଲିସ୍‌ ଗିରଫ କରି ପାରୁନି। ଶାଜାହାନ ଶେଖ ଏବେବି ସେଠାରେ ଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୁଲିସ୍‌ କିନ୍ତୁ ତାଙ୍କୁ କିପରି ଖୋଜି ପାରୁନି ତାହା ସନ୍ଦେହ ସୃଷ୍ଟି କରୁଛି। ସନ୍ତୁ ପନଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଥ୍ୟା। କେବଳ ତାଙ୍କୁ ଗିରଫ କରିବା ନିମନ୍ତେ ଏପରି ମିଥ୍ୟା ଷଡଯନ୍ତ୍ର ରଚା ଯାଇଛି ବୋଲି କହିଛନ୍ତି ସରନେଲ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ