Masthead

ଆଦାନୀ ମାମଲାରେ ଶରଦ ପାୱାରଙ୍କ ଭିନ୍ନ ମତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବିକୁ ଅସମର୍ଥ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଭିନ୍ନ ମତ ରଖିଛନ୍ତି । ବିରୋଧୀ ମେଣ୍ଟରେ ଅସହମତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିକୁ ସମର୍ଥନ କରିଛନ୍ତି । କହିଛନ୍ତି ସୁପ୍ରିମକୋଟଙ୍କ ଦ୍ୱାରା ଗଠିତ କମିଟି ଦ୍ୱାରା ଯାଞ୍ଚ କରାଯାଉଛି । ସତ ଶୀଘ୍ର ସାମ୍ନାକୁ ଆସିବ । ଜେପିସି ତଦନ୍ତର କୌଣସି ଆବଶ୍ୟକତା ନାହିଁ । ସରକାରଙ୍କୁ ସମାଲୋଚନା ପାଇଁ ଆଦାନୀ-ଅମ୍ବାନୀ ନାମ ଦିଆଯାଉଛି । କିନ୍ତୁ ଦେଶ ପ୍ରତି ସେମାନଙ୍କ ଅବଦାନକୁ ଚିନ୍ତା କରିବା ଦରକାର ।

ପାୱାର କହିଛନ୍ତି, ମୁଁ ଭାବୁଛି ବେକାରୀ, ଦରଦାମ ବୃଦ୍ଧି, କୃଷକ ସମସ୍ୟା ଗୁରୁତ୍ୱପୂର୍ଣ୍ଣ । ବିରୋଧୀଙ୍କ ମିଳିତ ବୈଠକରେ ଏ ସମସ୍ତ ପ୍ରସଙ୍ଗ ସ୍ଥାନ ପାଇଛି । କେତେକ ପ୍ରସଙ୍ଗରେ ଆମର ମତ ଭିନ୍ନ ରହିଛି । ଶରଦ ପାୱାରଙ୍କ ଏଭଳି ମତ ପରେ କଂଗ୍ରେସ ଏକ ବିବୃତି ଜାରି କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହା ତାଙ୍କର ନିଜର ମତ ହୋଇପାରେ । ଜୟରାମ କହିଛନ୍ତି, ୧୯ଟି ବିରୋଧୀ ଦଳ ଏହି ପ୍ରସଙ୍କରେ ଏକଜୁଟ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ