Masthead

ପଥରା ଵୃଦ୍ଧାଶ୍ରମ ସଂସ୍ଥାପକଙ୍କ ଅକାଳ ବିୟୋଗ

ଓଡଗାଁ (ବଡ଼ ଖବର ବ୍ୟୁରୋ): ପରଲୋକରେ ପଥରା ଵୃଦ୍ଧାଶ୍ରମ ସଂସ୍ଥାପକ ଶଶୀ ଭୂଷଣ ଅଚାରୀ । ନୟାଗଡ଼ ଜିଲ୍ଲା ଓଡଗାଁ ନିକଟସ୍ଥ ପଥରା ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ ତଥା ଵୃଦ୍ଧାଶ୍ରମ ସଂସ୍ଥାପକ ଶଶୀ ଭୂଷଣ ଅଚାରୀଙ୍କ ହୃଦଘାତରେ ସୋମବାର ରାତିରେ ପରଲୋକ ହୋଇଯାଇଛି । ସେ ତିନିମାସ ତଳେ ବିଶାଖାପାଟଣାରେ ହୃଦରୋଗ ଜନିତ ଚିକିତ୍ସା ସହିତ ଅସ୍ତ୍ରୋପଚାର କରି ଘରେ ବିଶ୍ରାମ ନେଉଥିଲେ । ହେଲେ ସୋମବାର ଅସୁସ୍ଥ ହେବାରୁ ଭୁବନେଶ୍ୱର ଚିକିତ୍ସା ପାଇଁ ନେବାବେଳେ ଆକ୍ସିଜେନ ଅଭାବରୁ ହୃଦଘାତରେ ହିଁ ସେ ମୃତ୍ୟୁ ବରଣ କରିଥିବା ପରିବାର ସୂତ୍ରରୁ ଜଣାଯାଇଛି । ସେ ନିଜର ସ୍ୱଳ୍ପ ରୋଜଗାର ଓ ଲୋକ ସମ୍ପର୍କରୁ ଵୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଭରଣ ପୋଷଣ କରୁଥିଲେ । ସ୍ବର୍ଗତ ଆଚାରୀଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଵୃଦ୍ଧାଶ୍ରମରେ ହିଁ ମଙ୍ଗଳବାର ତାଙ୍କ ମର ଶରୀରକୁ ମହାସମାଧି ଦିଆଯାଇଥିବା ପୁତ୍ର ଅରୁଣ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି