Masthead

ସୁପ୍ରିମକୋର୍ଟଙ୍କ ଟିପଣୀ ପ୍ରତିଦ୍ୱନ୍ଦ୍ୱୀ ତୁମ ଶତ୍ରୁ ନୁହନ୍ତି

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବିଜେପିର ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ବିଜେପିର ବିଜ୍ଞାପନ ଭୁଲ ବୋଲି କୋର୍ଟ କହିଛନ୍ତି । ନିକଟରେ କଲିକତା ହାଇକୋର୍ଟ ଟିଏମସି ବିରୋଧରେ ବିଜେପିର ବିଜ୍ଞାପନ ଉପରେ ଜୁନ ୪ ତାରିଖ ପର୍ୟ୍ୟନ୍ତ ବ୍ୟାନ୍‌ ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କିନ୍ତୁ ଏହି ଆବେଦନର ଶୁଣାଣି କରିବାକୁ କୋର୍ଟ ସଫା ସଫା ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ବର୍ତ୍ତମାନ ନିର୍ବାଚନ ଚାଲିଛି। ପ୍ରତିଦ୍ୱନ୍ଦ୍ୱୀ ତୁମର ଶତ୍ରୁ ନୁହଁନ୍ତି । ଏଭଳି ସ୍ଥିତିରେ ଆମେ ଏଥିରେ କାହିଁକି ହସ୍ତକ୍ଷେପ କରିବୁ? ଏହା ଭୋଟରଙ୍କ ହିତରେ ମଧ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଅନୁସାରେ ପଶ୍ଚିମବଙ୍ଗର ବିଜେପି ୟୁନିଟ୍ ଲୋକସଭା ନିର୍ବାଚନ ପ୍ରକ୍ରିୟା ସମୟରେ ଟିଏମସି ସହ ଜଡିତ କିଛି ବିଜ୍ଞାପନ ପ୍ରକାଶ କରିଥିଲା । ଏହି ପ୍ରସଙ୍ଗରେ କଲିକତା ହାଇକୋର୍ଟ ତୃଣମୂଳ କଂଗ୍ରେସ ବିରୋଧରେ କୌଣସି ପ୍ରକାରର ଅପମାନଜନକ ବିଜ୍ଞାପନ ପ୍ରକାଶ କରିବା ଉପରେ ବିଜେପିକୁ ବାରଣ କରିଥିଲେ । ପରେ କଲିକତା ହାଇକୋର୍ଟର ଏହି ରାୟକୁ ସୁପ୍ରିମକୋର୍ଟରେ ବିଜେପି ଚ୍ୟାଲେଞ୍ଜ କରିଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି