Masthead

ସ୍କୁଲ ଫି’ ପ୍ରସଙ୍ଗ; ହାଇକୋର୍ଟରେ ସ୍ପଷ୍ଟୀକରଣ ଦେବେ ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ସମୟରେ ରାଜ୍ୟରେ ବନ୍ଦ ରହିଛି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ଅନଲାଇନରେ ଚାଲିଛି ପାଠପଢା । ସରକାରୀ ସ୍କୁଲ ଅପେକ୍ଷା ବେସରକାରୀ ସ୍କୁଲର କର୍ମଚାରୀମାନେ ଅନଲାଇନ କ୍ଲାସକୁ ଅଧିକ ଗୁରୁତ୍ୱ ଦେଉଥିବା କୁହାଯାଉଛି । କିନ୍ତୁ ଅଭିଭାବକମାନଙ୍କଠାରୁ ସ୍କୁଲ ଫି’ ଆଦାୟ କରିବାକୁ ବେସରକାରୀ ସ୍କୁଲର କର୍ମକର୍ତ୍ତାମାନେ ଆଗେଇ ଆସିଛନ୍ତି । ସେମାନେ ଏକ ପ୍ରକାର ଜୁଲମ୍ ଚଳାଇଥିବା ଅଭିଯୋଗ ହେଉଛି । ସ୍କୁଲ ବନ୍ଦ ରହିଛି, ପିଲାମାନେ ଯାଉନାହାନ୍ତି, ଫି’ କାହିଁକି ଦେବୁ ବୋଲି ଅଭିଭାବକମାନେ କହୁଛନ୍ତି ।

ସ୍କୁଲ ଫି’କୁ ନେଇ ବିବାଦ ଘନେଇବାରୁ ବାଧ୍ୟହୋଇ ବେସରକାରୀ ସ୍କୁଲଗୁଡିକର କର୍ମକର୍ତ୍ତାମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ଆଗତ କିଛି ଇଣ୍ଟରଭେନସନ୍ ପିଟିସନକୁ ହାଇକୋର୍ଟ ଆଜି ଅଗ୍ରାହ୍ୟ କରିଦେଇଛନ୍ତି । ସ୍କୁଲ ଫି’ ନେଇ ରାଜ୍ୟ ସରକାରଙ୍କଠାରୁ ହାଇକୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଆଜିଠାରୁ ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୭ଦିନ ପରେ ସ୍କୁଲ ଫି’ ଛାଡ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ