Masthead

ସ୍କୁଲ ଫି’ ପ୍ରସଙ୍ଗ; ହାଇକୋର୍ଟରେ ସ୍ପଷ୍ଟୀକରଣ ଦେବେ ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ସମୟରେ ରାଜ୍ୟରେ ବନ୍ଦ ରହିଛି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ଅନଲାଇନରେ ଚାଲିଛି ପାଠପଢା । ସରକାରୀ ସ୍କୁଲ ଅପେକ୍ଷା ବେସରକାରୀ ସ୍କୁଲର କର୍ମଚାରୀମାନେ ଅନଲାଇନ କ୍ଲାସକୁ ଅଧିକ ଗୁରୁତ୍ୱ ଦେଉଥିବା କୁହାଯାଉଛି । କିନ୍ତୁ ଅଭିଭାବକମାନଙ୍କଠାରୁ ସ୍କୁଲ ଫି’ ଆଦାୟ କରିବାକୁ ବେସରକାରୀ ସ୍କୁଲର କର୍ମକର୍ତ୍ତାମାନେ ଆଗେଇ ଆସିଛନ୍ତି । ସେମାନେ ଏକ ପ୍ରକାର ଜୁଲମ୍ ଚଳାଇଥିବା ଅଭିଯୋଗ ହେଉଛି । ସ୍କୁଲ ବନ୍ଦ ରହିଛି, ପିଲାମାନେ ଯାଉନାହାନ୍ତି, ଫି’ କାହିଁକି ଦେବୁ ବୋଲି ଅଭିଭାବକମାନେ କହୁଛନ୍ତି ।

ସ୍କୁଲ ଫି’କୁ ନେଇ ବିବାଦ ଘନେଇବାରୁ ବାଧ୍ୟହୋଇ ବେସରକାରୀ ସ୍କୁଲଗୁଡିକର କର୍ମକର୍ତ୍ତାମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ଆଗତ କିଛି ଇଣ୍ଟରଭେନସନ୍ ପିଟିସନକୁ ହାଇକୋର୍ଟ ଆଜି ଅଗ୍ରାହ୍ୟ କରିଦେଇଛନ୍ତି । ସ୍କୁଲ ଫି’ ନେଇ ରାଜ୍ୟ ସରକାରଙ୍କଠାରୁ ହାଇକୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଆଜିଠାରୁ ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୭ଦିନ ପରେ ସ୍କୁଲ ଫି’ ଛାଡ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି