SAMPADA MAHAPATRA

https://youtu.be/gNhGhp3sfkI

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସାଧାରଣରେ ଅଭିଯୋଗ ଉଠୁଛି ଦିନକୁ ଦିନ ଦିଗଭ୍ରଷ୍ଟ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସାମ୍ବାଦିକତା ନିଜ ମୂଳ ଲକ୍ଷ୍ୟ ଓ ମୂଳ କାର୍ୟ୍ୟରୁ ଦୂରେଇ ଯାଉଛି । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏଭଳି ଏକ ଘଡ଼ିସନ୍ଧି ସମୟରେ ଅନେକ ସାମ୍ବାଦିକ ଏମିତି ବି ଅଛନ୍ତି ଯେଉଁମାନେ ନିଜ ସ୍ୱାଭିମାନକୁ ଛାଡିନାହାନ୍ତି । ସେମାନେ ସାମ୍ବାଦିକତାର ମୂଲ୍ୟବୋଧର ସୁରକ୍ଷା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ନିଜର ଜୀବନ କାଳରେ ଅନେକ ସଫଳତା ପାଇଛନ୍ତି ଆଉ ଏବେର ନୂଆ ପିଢ଼ୀଙ୍କ ପାଇଁ ପ୍ରେରଣାର ସ୍ରୋତ ମଧ୍ୟ । ଏଭଳି ବରିଷ୍ଠ ସାମ୍ବାଦିକମାନଙ୍କର ଜୀବନବ୍ୟାପୀ ସାଧନାକୁ ସମ୍ମାନ ଜଣାଇ ବଡ଼ ଖବର ଏହି ବର୍ଷଠାରୁ ତାର ପୁନର୍ଜନ୍ମ ଉତ୍ସବରେ ବଡ଼ ଖବର ‘ଲାଇଫ ଟାଇମ ଆଚିଭମେଣ୍ଟ’ ଆୱାର୍ଡର ଶୁଭାରମ୍ଭ କରୁଛି ।

ଏହି ସମ୍ମାନର ପ୍ରଥମ ଅଧିକାରୀ ହୋଇ ଆମକୁ ଗୌରବାନିତ୍ୱ କରୁଛନ୍ତି ଓଡ଼ିଶାରୁ ନୁହେଁ ଜାତୀୟ ସ୍ତରରେ ମଧ୍ୟ ନିଜ ବଳିଷ୍ଠ ସାମ୍ବାଦିକତାର ସ୍ୱତନ୍ତ୍ର ଛାପଛାଡିଥିବା ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଶ୍ରୀଯୁକ୍ତ ସମ୍ପଦ ମହାପାାତ୍ର । ଉଭୟ ପ୍ରିଣ୍ଟରୁ ଟେଲିଭିଜନ ସବୁକ୍ଷେତ୍ରରେ ସମ୍ପଦ ମହାପାତ୍ରଙ୍କ ସଫଳତା ଖୁବ ଜାଜୁଲ୍ୟମାନ । ସମ୍ବାଦର ସମ୍ପାଦକ ହେଉ କି ଏନଡିଟିଭିର ବ୍ୟୁରୋ ମୁଖ୍ୟ । ଏହାପରେ ଅନ୍ୟାନ୍ୟ ଖବରକାଗଜ ଓ ବିଭିନ୍ନ ସଂସ୍ଥାରେ ନିଜର ପରାକାଷ୍ଠା ପଦର୍ଶନ । ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା କ୍ଷେତ୍ରରେ ସେ ସବୁବେଳେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ପ୍ରତିଭାକୁ ସାମ୍ବାଦିକ ଭାବରେ ସମ୍ପଦ ମହାପାତ୍ର ହିଁ ପ୍ରଥମେ ଆବିଷ୍କାର କରିଥିଲେ ।

ପରେ ବୁଦ୍ଧିଆଙ୍କ ପ୍ରତିଭାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ସେ ସଫଳତାର ସହ କାର୍ୟ୍ୟ ତୁଲାଉଛନ୍ତି । ଓଡ଼ିଶାର ସମାଜିକ, ଅର୍ଥନୀତି ଓ ରାଜନୀତିର ଅନେକ ଇତିହାସର ସେ ଜଣେ ନିରପେକ୍ଷ ସାକ୍ଷୀ । ଅନେକ ଉତ୍ଥାନପତନ ସେ ଦେଖିଛନ୍ତି । ଏଇ ବୟସରେ ବି ସେ ଥକିପଡ଼ି ନାହାନ୍ତି । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କେମିତି ଠିକ୍ ବାଟରେ ଯିବ ସେଥିପାଇଁ ନିଜର କଲମ ଚଲାଉଛନ୍ତି । ସେଭଳି ଜଣେ ପ୍ରତିଭାକୁ ଆଜି ବଡ଼ ଖବର ତାର ପୁନର୍ଜନ୍ମ ଉତ୍ସବରେ ‘ଲାଇଫ ଟାଇମ ଆଚିଭମେଣ୍ଟ’ ଆୱାର୍ଡ ୨୦୨୩ରେ ସମ୍ମାନିତ କରି ଆନନ୍ଦିତ ଅନୁଭବ କରୁଛି ।

https://youtu.be/CEQEObpTMAo

Leave a Reply

Your email address will not be published. Required fields are marked *