Masthead

ବାଂଲାଦେଶରେ ପୁଣି ଶେଖ ହସିନା ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଂଲାଦେଶରେ ପୁଣି ଶେଖ ହସିନା ସରକାର। ୫ମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ । ରବିବାର ବାଂଲାଦେଶରେ ୩୦୦ଟି ଆସନ ପାଇଁ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଶାସକ ଦଳ ଆୱାମୀ ଲୀଗ ଦଳ ୫୦%ରୁ ଅଧିକ ଭୋଟରେ ବିଜୟୀ ହୋଇଛି । ଶେଖ୍ ହସିନା ପଂଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ । ଗୋପାଲଗଂଜର ୩ଟି ସଂସଦୀୟ ଆସନରେ ପୁଣି ଥରେ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ।

ଏହି ଆସନଗୁଡ଼ିକରେ ତାଙ୍କୁ ମୋଟ୍ ୨,୪୯୬୫ ଭୋଟ୍ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ର ୪୬୯ ଭୋଟ୍ ମିଳିଥିଲା । ଏହି ସାଧାରଣ ନିର୍ବାଚନରେ ୨୭ଟି ରାଜନୈତିକ ଦଳର ୧୫୦୦ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ବ୍ୟତୀତ ୪୩୬ ଜଣ ସ୍ୱାଧୀନ ପ୍ରାର୍ଥୀ ଥିଲେ । ତେବେ ଏହି ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଖାଲିଦା ଜିୟା ଏହି ନିର୍ବାଚନକୁ ବର୍ଜନ କରିଥିବା ଯୋଗୁଁ ଶେଖ ହସିନା ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଜିତିବା ନେଇ ଆଶା କରାଯାଉଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ